ପିଇଲେ ମଦ, ତା’ ପରେ ଗଲେ ରେଡ୍ ଲାଇଟ୍ ଏରିଆ… ଜାଣନ୍ତୁ ବଳାତ୍କାର ପୂର୍ବରୁ କ’ଣ କ’ଣ କରିଥିଲେ ଅଭିଯୁକ୍ତ ସଞ୍ଜୟ
ନୂଆଦିଲ୍ଲୀ,୨୦।୮: ଆରଜି କର ମେଡିକାଲର ଲୋମହର୍ଷଣକାରୀ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହାକୁ ଖୋଦ୍ ସୁପ୍ରିମକୋର୍ଟ ମଧ୍ୟ ଭୟାବହ ବୋଲି କହିଛନ୍ତି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିବିଆଇ ତଦନ୍ତ କରୁଛି। ତଦନ୍ତବେଳେ ସଞ୍ଜୟ ସେଦିନ ରାତିର ଏପରି କିଛି କଥା କହିଛନ୍ତି ଯାହାକୁ ନେଇ ଆପଣଙ୍କ ଲୋମଟାଙ୍କୁରି ଉଠିବ। ଅଗଷ୍ଟ ୯ରେ ମେଡିକାଲ କଲେଜର ସେମିନାର ହଲ୍ରୁ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଯାହାର ଗୋଟିଏ ଦିନ ପରେ […] The post ପିଇଲେ ମଦ, ତା’ ପରେ ଗଲେ ରେଡ୍ ଲାଇଟ୍ ଏରିଆ… ଜାଣନ୍ତୁ ବଳାତ୍କାର ପୂର୍ବରୁ କ’ଣ କ’ଣ କରିଥିଲେ ଅଭିଯୁକ୍ତ ସଞ୍ଜୟ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୮: ଆରଜି କର ମେଡିକାଲର ଲୋମହର୍ଷଣକାରୀ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହାକୁ ଖୋଦ୍ ସୁପ୍ରିମକୋର୍ଟ ମଧ୍ୟ ଭୟାବହ ବୋଲି କହିଛନ୍ତି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିବିଆଇ ତଦନ୍ତ କରୁଛି। ତଦନ୍ତବେଳେ ସଞ୍ଜୟ ସେଦିନ ରାତିର ଏପରି କିଛି କଥା କହିଛନ୍ତି ଯାହାକୁ ନେଇ ଆପଣଙ୍କ ଲୋମଟାଙ୍କୁରି ଉଠିବ। ଅଗଷ୍ଟ ୯ରେ ମେଡିକାଲ କଲେଜର ସେମିନାର ହଲ୍ରୁ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଯାହାର ଗୋଟିଏ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ସିବିଆଇ ଏନେଇ ତଦନ୍ତ କରୁଛି। ତଦନ୍ତବେଳେ ଖୋଦ୍ ସଞ୍ଜୟ ଏପରି କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ଶିହରି ଉଠିବେ।
ଅଭିଯୁକ୍ତ ଏକ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ। ଅଗଷ୍ଟ ୮ ଅଧାରାତିରେ ସଞ୍ଜୟ ତାଙ୍କର ଅନ୍ୟଏକ ସ୍ବେଚ୍ଛାସେବୀ ବନ୍ଧୁ ସହିତ ସୋନାଗାଛି(କୋଲକାତାର ରେଡ୍ ଲାଇଟ୍) ଯାଇଥିଲେ। ଏହି ସମୟରେ ସଞ୍ଜୟ ପ୍ରଚୁର ମଦ ପିଇଥିଲେ। ରାତି ୨ଟାରେ ସଞ୍ଜୟଙ୍କ ସାଥୀ ରେଡ୍ ଲାଇଟ୍ର ଏକ ଦେହଜୀବୀଙ୍କ ଘରକୁ ପ୍ରବେଶ କରିଥିଲେ। ଏହି ସମୟରେ ସଞ୍ଜୟ ବାହାରେ ଛିଡା ହୋଇଥିଲେ। ବାହାରେ ଛିଡା ହେବା ସମୟରେ ପାଖ ଦେଇ ଯାଉଥିବା ଜଣେ ମହିଳାଙ୍କୁ ସଞ୍ଜୟ ଅସଦାଚରଣ କରିଥିଲେ। ଏଥିସହ ଅନ୍ୟ ଏକ ମହିଳାଙ୍କୁ ଫୋନ କରି ତାଙ୍କ ନଗ୍ନ ଫଟୋ ଛାଡିବାକୁ କହିଥିଲେ। ରାତି ୩.୫୦ ସମୟରେ ସଞ୍ଜୟ ଆରଜି କର ହସ୍ପିଟାଲ ଚାରି ପାଖରେ ବୁଲିଥିଲେ। ଏହାପରେ ନିଶାରେ ରହି ସେ ହସ୍ପିଟାଲର ଅପରେଶନ ହଲ୍କୁ କବାଟ ଭାଙ୍ଗି ପଶିଥିଲେ। ଏହାପରେ ସେ ଏମରଜେନ୍ସି ବିଭାଗକୁ ଯାଥିଲେ। ଏହାପରେ ପୁଣି ସେ ତୃତୀୟ ମହଲାରେ ଥିବା ସେମିନାର ହଲ୍ରେ ପ୍ରବେଶ କରିଥିଲେ। ଏହି ସମୟରେ ସେ ଟ୍ରେନି ଡାକ୍ତରଙ୍କୁ ସେମିନାର ହଲ୍ରେ ଗଭୀର ନିଦରେ ଶୋଇଥିବାର ଦେଖିବାକୁ ପାଇଥିଲେ। ଏହି ସମୟରେ ସବୁ କାଣ୍ଡଜ୍ଞାନ ହରାଇ ତାଙ୍କୁ ବଳାତ୍କାର କରିଥିଲେ। ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ସଞ୍ଜୟ ସେହଦିନ ରାତିରେ ବାରମ୍ବାର ହସ୍ପିଟାଲ ଭିତରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା।
The post ପିଇଲେ ମଦ, ତା’ ପରେ ଗଲେ ରେଡ୍ ଲାଇଟ୍ ଏରିଆ… ଜାଣନ୍ତୁ ବଳାତ୍କାର ପୂର୍ବରୁ କ’ଣ କ’ଣ କରିଥିଲେ ଅଭିଯୁକ୍ତ ସଞ୍ଜୟ appeared first on Dharitri Odia News.