ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଔରଙ୍ଗାବାଦ ମଣ୍ଡଳର ମଣ୍ଡଳ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୯ରେ ବିଶ୍ୱାଳ ପିଏନ୍‌ବିର କୃଷି ଅଧିକାରୀ ଭାବେ ଯୋଗଦେଇଥିବା ବ୍ୟାଙ୍କର ଅନ୍ୟତମ ସର୍ବକନିଷ୍ଠ ମଣ୍ଡଳ ମୁଖ୍ୟ ଭାବେ ସେ ଏହି ସଫଳତା ଲାଭ କରିଛନ୍ତି। ଏପରି କି ସେ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାର ଭଳି […] The post ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ appeared first on Dharitri Odia News.

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଔରଙ୍ଗାବାଦ ମଣ୍ଡଳର ମଣ୍ଡଳ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୯ରେ ବିଶ୍ୱାଳ ପିଏନ୍‌ବିର କୃଷି ଅଧିକାରୀ ଭାବେ ଯୋଗଦେଇଥିବା ବ୍ୟାଙ୍କର ଅନ୍ୟତମ ସର୍ବକନିଷ୍ଠ ମଣ୍ଡଳ ମୁଖ୍ୟ ଭାବେ ସେ ଏହି ସଫଳତା ଲାଭ କରିଛନ୍ତି। ଏପରି କି ସେ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାର ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ କାର୍ଯ୍ୟ କରିବା ସହ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ସେହିଭଳି ଓଡ଼ିଶାରେ ବିଶ୍ୱାଳଙ୍କର ଏହା ପ୍ରଥମ କାର୍ଯ୍ୟକାଳ ହୋଇଥିବାବେଳେ ବାଲେଶ୍ୱର ମଣ୍ଡଳରେ ସେ ତାଙ୍କର ଜ୍ଞାନ ଓ ଋଣନୀତିକ ଦୃଷ୍ଟିକୋଣର ପାରଦର୍ଶିତା ଦର୍ଶାଇ ପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ମତବ୍ୟକ୍ତ କରାଯାଇଛି।
ଅପରପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ଜିଲାର ୬୭ଗୋଟି ଶାଖାକୁ ନେଇ ଏହି ମଣ୍ଡଳ ଗଠିତ ହୋଇଥିବାବେଳେ ଏହି ମଣ୍ଡଳ ଅଧୀନରେ ମୋଟ ବ୍ୟବସାୟ ୫,୪୦୦ କୋଟି ଟଙ୍କା ରହିଛି।
ଏ ନେଇ ବିଶ୍ୱାଳ କହିଛନ୍ତି, ବାଲେଶ୍ୱର ମଣ୍ଡଳରେ ଏମଏସଏମଇ, ରିଟେଲ୍‌, କୃଷି ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ ସହ ଗ୍ରାହକ ସନ୍ତୁଷ୍ଟି ବ୍ୟବସାୟ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। ତେଣୁ ସେ ବ୍ୟାଙ୍କର ସମସ୍ତ ଶାଖାଗୁଡିକରେ ଉଚ୍ଚମାନର ଗ୍ରାହକସେବାକୁ ସର୍ବାଧିକ ଗୁରୁତ୍ୱ ସହିତ ଗ୍ରାହକଙ୍କୁ କିପରି ଠିକ ଭାବେ ସେବା ଯୋଗାଇ ଦିଆଯିବ ସେ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବେ ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।

The post ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ appeared first on Dharitri Odia News.