ପିଏମ କିଷାନ ସମ୍ମାନନିଧି ଯୋଜନାରେ ଜିଲାର ୧,୫୦,୨୩୧ ଚାଷୀ
ବ୍ରହ୍ମପୁର,୧୪ା୯(ଅଶୋକ କୁମାର ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେବାକୁ ବହୁ ଯୋଜନା କରିଛନ୍ତି। ଚଳିତବର୍ଷ ବଜେଟରେ ମଧ୍ୟ କୃଷି ପାଇଁ ଅଧିକ ବଜେଟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସିଏମ କିଷାନ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ବି ମିଳିଛି। ସେହିପରି ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ କିଷାନ ଯୋଜନା ପ୍ରଣୀତ ହୋଇଥିଲା। ଏହି ଯୋଜନା ଅନ୍ତର୍ଗତ ସମ୍ମାନନିଧି ଓ ମାନଧନ […] The post ପିଏମ କିଷାନ ସମ୍ମାନନିଧି ଯୋଜନାରେ ଜିଲାର ୧,୫୦,୨୩୧ ଚାଷୀ appeared first on Dharitri Odia News.
ବ୍ରହ୍ମପୁର,୧୪ା୯(ଅଶୋକ କୁମାର ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେବାକୁ ବହୁ ଯୋଜନା କରିଛନ୍ତି। ଚଳିତବର୍ଷ ବଜେଟରେ ମଧ୍ୟ କୃଷି ପାଇଁ ଅଧିକ ବଜେଟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସିଏମ କିଷାନ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ବି ମିଳିଛି। ସେହିପରି ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ କିଷାନ ଯୋଜନା ପ୍ରଣୀତ ହୋଇଥିଲା। ଏହି ଯୋଜନା ଅନ୍ତର୍ଗତ ସମ୍ମାନନିଧି ଓ ମାନଧନ ଯୋଜନାରେ ବି ଚାଷୀଙ୍କୁ ସହାୟତା ମିଳୁଛି। ୨୦୧୯ରୁ ଆରମ୍ଭ ହୋଇଥିବା ସମ୍ମାନନିଧି ଯୋଜନାରେ ଗଞ୍ଜାମ ଜିଲାର ୨୨,୬,୮୦୪ ଚାଷୀ ଆବେଦନ କରିଥିବାବେଳେ ୧,୫୦,୨୩୧ ଚାଷୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବା ସହିତ ସହାୟତା ବି ପାଉଛନ୍ତି। ଦିଗପହଣ୍ଡି ବ୍ଲକରେ ସର୍ବାଧିକ ୧୬ ହଜାର ୪୬୨ ଜଣ ଆବେଦନକାରୀ ଥିବାବେଳେ ଛତ୍ରପୁର ବ୍ଲକରେ ସର୍ବନିମ୍ନ ୬୬୨୧ ଆବେଦନକାରୀ ଅଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ୬ ହଜାର ଟଙ୍କା ସହାୟତା ମିଳିବା ନିୟମ ରହିଛି। ବିଶେଷ କରି କ୍ଷୁଦ୍ର ନାମ ମାତ୍ର ଚାଷୀ, ମଧ୍ୟମ ଧରଣର ଚାଷୀ ଓ ବଡ ଚାଷୀମାନେ ଏହି ଯୋଜନାର ଲାଭ ଉଠାଇପାରିବେ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏଥିରେ ଯୋଡି ହେବାକୁ ହେଲେ ଆଧାର ସହିତ ମୋବାଇଲ ଲିଙ୍କ କରିବାକୁ ପଡିବ। ବ୍ୟାଙ୍କରେ ଯେଉଁ ଜମାଖାତା ଥିବ ତାହା ଚାଲୁ ହୋଇଥିବ। କୃଷକ ଓଡ଼ିଶା ପୋର୍ଟାଲରେ ନିଜ ଜମି ରେଜିଷ୍ଟ୍ରେଶନ ହୋଇଥିବ ଓ ଆଧାରରେ ଯେଉଁ ନାମ ଥିବ ଚାଷୀଙ୍କ ନାମ ତାହା ହୋଇଥିଲେ ତାଙ୍କୁ ଏହି ସହାୟତା ମିଳିବା ନିୟମ ରହିଛି। ଯେଉଁ ଚାଷୀମାନେ ଯୋଗ୍ୟ ବିବେଚିତ ହୋଇପାରିନାହାନ୍ତି ସେମାନେ ଯଦି ଉପରୋକ୍ତ କାଗଜପତ୍ର ଦାଖଲ କରିବେ ସେମାନେ ବି ଆରମ୍ଭରୁ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ତେବେ ଗତ ଜୁନ ୧୮ ତାରିଖ ସୁଦ୍ଧା ଯୋଗ୍ୟ ବିବେଚିତ ଚାଷୀଙ୍କୁ ସହାୟତା ମିଳିସାରିଛି। ପୁଣି ଅକ୍ଟୋବରରେ ପରବର୍ତ୍ତୀ ପର୍ଯ୍ୟାୟ ସହାୟତା ମିଳିବ। ସେତେବେଳକୁ ଚାଷୀ ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି। ସିଏମ କିଷାନ ପୋର୍ଟାଲରେ ହିଁ ପିଏମ କିଷାନ ସମ୍ମାନନିଧି ଯୋଜନା ପାଇଁ ଆବେଦନ କରିବାକୁ ହେବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯେ, ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ କୃଷିର ଉନ୍ନତି ପାଇଁ ଉଦ୍ୟମ ଜାରି ରହିଛି। କୃଷକଙ୍କ ଭୂମିକା ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଧାନଠାରୁ ଆରମ୍ଭ କରି ପନପରିବା ଫସଲ ଓ ଗୋପାଳନ, କୁକୁଡା,ଛେଳି,ବତକ ପାଳନ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହନ ରାଶି ଦିଆଯାଉଛି। ବ୍ଲକସ୍ତରରେ ସମସ୍ତଙ୍କୁ ସଚେତନ କରାଯାଉଛି। କୃଷକମାନେ ଏହାର ଲାଭ ଉଠାଇ ନିଜକୁ ଦକ୍ଷ କରିବା ହେଲା ବଡ କଥା।
The post ପିଏମ କିଷାନ ସମ୍ମାନନିଧି ଯୋଜନାରେ ଜିଲାର ୧,୫୦,୨୩୧ ଚାଷୀ appeared first on Dharitri Odia News.