ପିଏମ୍ ମୋଦିଙ୍କ ଫ୍ୟାନ୍ ହେଲେ ପୁଟିନ୍, କହିଦେଲେ ଏମିତି…
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଇଣ୍ଡିଆ ଫାଷ୍ଟ ପଲିସି’ ଏବଂ ‘ମେକ ଇନ ଇଣ୍ଡିଆ’ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ ଉତ୍ପାଦନ କାର୍ଯ୍ୟ ସ୍ଥାପନ କରିବାକୁ ରୁଷିଆ ଇଚ୍ଛା ପ୍ରକାଶ କରିଛି । ମସ୍କୋରେ ୧୫ ତମ ‘ଭିଟିବି ରୁଷିଆ କଲିଂ ଇନଭେଷ୍ଟମେଣ୍ଟ ଫୋରମ’କୁ ସମ୍ବୋଧିତ କରି ରାଷ୍ଟ୍ରପତି ପୁଟିନ୍ ରୁଷିଆର’ ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଏବଂ ଭାରତର’ ମେକ ଇନ ଇଣ୍ଡିଆ ’ପଦକ୍ଷେପ ମଧ୍ୟରେ ସମାନତା ଆଙ୍କିଛନ୍ତି। ଦୁଇ ଦିନିଆ […] The post ପିଏମ୍ ମୋଦିଙ୍କ ଫ୍ୟାନ୍ ହେଲେ ପୁଟିନ୍, କହିଦେଲେ ଏମିତି… appeared first on Dharitri Odia News.
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଇଣ୍ଡିଆ ଫାଷ୍ଟ ପଲିସି’ ଏବଂ ‘ମେକ ଇନ ଇଣ୍ଡିଆ’ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ ଉତ୍ପାଦନ କାର୍ଯ୍ୟ ସ୍ଥାପନ କରିବାକୁ ରୁଷିଆ ଇଚ୍ଛା ପ୍ରକାଶ କରିଛି । ମସ୍କୋରେ ୧୫ ତମ ‘ଭିଟିବି ରୁଷିଆ କଲିଂ ଇନଭେଷ୍ଟମେଣ୍ଟ ଫୋରମ’କୁ ସମ୍ବୋଧିତ କରି ରାଷ୍ଟ୍ରପତି ପୁଟିନ୍ ରୁଷିଆର’ ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଏବଂ ଭାରତର’ ମେକ ଇନ ଇଣ୍ଡିଆ ’ପଦକ୍ଷେପ ମଧ୍ୟରେ ସମାନତା ଆଙ୍କିଛନ୍ତି। ଦୁଇ ଦିନିଆ ଫୋରମ ବୁଧବାର ମସ୍କୋରେ ଆରମ୍ଭ ହୋଇଥିଲା।
ପୁଟିନ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ‘ମେକ ଇନ ଇଣ୍ଡିଆ’ ନାମକ ଏକ କାର୍ଯ୍ୟକ୍ରମ ରହିଛି। ଆମେ ମଧ୍ୟ ଭାରତରେ ଆମର ଉତ୍ପାଦନ କାର୍ଯ୍ୟ ସ୍ଥାପନ କରିବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶକୁ ପ୍ରାଧାନ୍ୟ ଦେବା ନୀତିରେ ସ୍ଥିର ପରିସ୍ଥିତି ସୃଷ୍ଟି କରୁଛନ୍ତି। ଆମେ ବିଶ୍ୱାସ କରୁ ଯେ ଭାରତରେ ବିନିଯୋଗ ଲାଭଦାୟକ ଅଟେ।
The post ପିଏମ୍ ମୋଦିଙ୍କ ଫ୍ୟାନ୍ ହେଲେ ପୁଟିନ୍, କହିଦେଲେ ଏମିତି… appeared first on Dharitri Odia News.