ପିଏମ୍ଏଓ୍ବାଇରେ ୩ କୋଟି ଘରକୁ ମଞ୍ଜୁରୀ
ନୂଆଦିଲ୍ଲୀ,୧୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅପରାହ୍ନରେ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବଙ୍କ ପାଇଁ ୩ କୋଟି ଗୃହ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ନେବା ସହ ପିଏମ୍ କିଷାନ ନିଧି ଯୋଜନାରେ ୯.୩କୋଟି କୃଷକଙ୍କ ପାଖକୁ ୧୭ତମ ସହାୟତା କିସ୍ତି ପଠାଇବା […] The post ପିଏମ୍ଏଓ୍ବାଇରେ ୩ କୋଟି ଘରକୁ ମଞ୍ଜୁରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅପରାହ୍ନରେ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବଙ୍କ ପାଇଁ ୩ କୋଟି ଗୃହ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ନେବା ସହ ପିଏମ୍ କିଷାନ ନିଧି ଯୋଜନାରେ ୯.୩କୋଟି କୃଷକଙ୍କ ପାଖକୁ ୧୭ତମ ସହାୟତା କିସ୍ତି ପଠାଇବା ଫାଇଲରେ ସ୍ବାକ୍ଷର କରିଥିଲେ। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ନୂଆ କ୍ୟାବିନେଟ ଶପଥ ଗ୍ରହଣ କରିଥିଲା। ସହଯୋଗୀ ଏକନାଥ ଶିନ୍ଦେଙ୍କ ଶିବସେନା, ଅଜିତ ପାଓ୍ବାରଙ୍କ ଏନ୍ସିପି, ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଏବଂ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ପକ୍ଷରୁ ବିଭିନ୍ନ ଦାବି ଓ ଅଭିଯୋଗ ମଧ୍ୟରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ଶିବସେନା ଅଧିକ କ୍ୟାବିନେଟ ପାହ୍ୟା ଚାହୁଁଥିବାବେଳେ ଅଜିତ ପାଓ୍ବାରଙ୍କ ଦଳ ରାଷ୍ଟ୍ରପାହ୍ୟାକୁ ନେଇ ଅସନ୍ତୁଷ୍ଟ ଅଛି।
The post ପିଏମ୍ଏଓ୍ବାଇରେ ୩ କୋଟି ଘରକୁ ମଞ୍ଜୁରୀ appeared first on Dharitri Odia News.