ପିଏମ୍‌ଏଫ୍‌ବିଓ୍ବାଇ ଅବଧି ଅଗଷ୍ଟ ୧୦ ବଢିଲା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନମୋହନ

ଭୁବନେଶ୍ୱର, ୧।୮: ଭାଜପା ସରକାର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶୃତିବଦ୍ଧ। ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିରୁ ଚାଷୀମାନଙ୍କୁ ଫସଲର ସୁରକ୍ଷା ଓ ଚିନ୍ତାମୁକ୍ତ ରଖିବା ପାଇଁ ୨୦୧୬ ଫେବୃଆରୀ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ)ର ଶୁଭାରମ୍ଭ କରିଥିଲେ। ବନ୍ୟା, ବାତ୍ୟା, ମରୁଡି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଚାଷୀଙ୍କୁ ଏହି ଯୋଜନାରେ ଆର୍ଥତ୍କ ଋଣ ବା ସହାୟତା ମିଳିଥାଏ ା ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା […] The post ପିଏମ୍‌ଏଫ୍‌ବିଓ୍ବାଇ ଅବଧି ଅଗଷ୍ଟ ୧୦ ବଢିଲା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନମୋହନ appeared first on Dharitri Odia News.

ପିଏମ୍‌ଏଫ୍‌ବିଓ୍ବାଇ ଅବଧି ଅଗଷ୍ଟ ୧୦ ବଢିଲା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନମୋହନ

ଭୁବନେଶ୍ୱର, ୧।୮: ଭାଜପା ସରକାର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶୃତିବଦ୍ଧ। ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିରୁ ଚାଷୀମାନଙ୍କୁ ଫସଲର ସୁରକ୍ଷା ଓ ଚିନ୍ତାମୁକ୍ତ ରଖିବା ପାଇଁ ୨୦୧୬ ଫେବୃଆରୀ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ)ର ଶୁଭାରମ୍ଭ କରିଥିଲେ। ବନ୍ୟା, ବାତ୍ୟା, ମରୁଡି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଚାଷୀଙ୍କୁ ଏହି ଯୋଜନାରେ ଆର୍ଥତ୍କ ଋଣ ବା ସହାୟତା ମିଳିଥାଏ ା ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି ଗତ ୩୧ ତାରିଖ ପର୍ଯ୍ୟନ୍ତ ଥିଲା। ମାତ୍ର ଓଡ଼ିଶାର ଚାଷୀକୁଳର ସ୍ବାର୍ଥକୁ ଗୁରୁତ୍ୱ ଦେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ କେନ୍ଦ୍ର ସରକାର ଗତ ବୁଧବାର ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ରାଜ୍ୟର ଅଗଣିତ ଚାଷୀଙ୍କ ମନରେ ଖୁସି ଆଣିଦେଇଛି। ଏହାଦ୍ୱାରା ବଞ୍ଚତ୍ତ ହୋଇଥିବା କୃଷକମାନେ ନିଜ ନାମ ପଞ୍ଜୀକରଣ କରିବାରେ ସଫଳ ହେବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

 

The post ପିଏମ୍‌ଏଫ୍‌ବିଓ୍ବାଇ ଅବଧି ଅଗଷ୍ଟ ୧୦ ବଢିଲା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନମୋହନ appeared first on Dharitri Odia News.