ପିଏମ୍ବିଆଇ ପକ୍ଷରୁ ଡାକ୍ତର ଦିବସ
ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ(ପିଏମ୍ବିଆଇ) ପକ୍ଷରୁ ସୋମବାର ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଲୋକଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କ ପ୍ରତି ସମ୍ମାନର୍ଥେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ଅବସରରେ ରୋହିଣୀସ୍ଥିିତ ଜେଡି ହସପିଟାଲରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଉପସ୍ଥିତ ଡାକ୍ତର ଓ ବିଶେଷଜ୍ଞମାନେ ଜେନେରିକ ମେଡିସିନ୍ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ସମେତ ଜନୌଷଧି କେନ୍ଦ୍ରଗୁଡ଼ିକର ମାଲିକମାନେ ମଧ୍ୟ ଯୋଗ […] The post ପିଏମ୍ବିଆଇ ପକ୍ଷରୁ ଡାକ୍ତର ଦିବସ appeared first on Dharitri Odia News.
ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ(ପିଏମ୍ବିଆଇ) ପକ୍ଷରୁ ସୋମବାର ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଲୋକଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କ ପ୍ରତି ସମ୍ମାନର୍ଥେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ଅବସରରେ ରୋହିଣୀସ୍ଥିିତ ଜେଡି ହସପିଟାଲରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଉପସ୍ଥିତ ଡାକ୍ତର ଓ ବିଶେଷଜ୍ଞମାନେ ଜେନେରିକ ମେଡିସିନ୍ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ସମେତ ଜନୌଷଧି କେନ୍ଦ୍ରଗୁଡ଼ିକର ମାଲିକମାନେ ମଧ୍ୟ ଯୋଗ ଦେଇଥିଲେ। ଜନୌଷଧିର ବ୍ୟବହାରର ଉପଯୋଗର ଲାଭ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।
The post ପିଏମ୍ବିଆଇ ପକ୍ଷରୁ ଡାକ୍ତର ଦିବସ appeared first on Dharitri Odia News.