‘ପିକଚର୍ ଅଭି ବାକି ହୈ…’, ଅପରେସନ ସିନ୍ଦୂର ପରେ ପୂର୍ବ ସେନା ମୁଖ୍ୟ ମନୋଜ ନରଭଣେ ପାକିସ୍ତାନକୁ ଦେଲେ ବଡ଼ ଟେନସନ
ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା । ସେନା ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ଆଟାକ୍ କରିଛି । ଏହି ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଛି ଭାରତୀୟ ସେନା । ଏ ନେଇ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭଣେ କହିଛନ୍ତି ଯେ ‘ପିକଚର୍ ଅଭି ବାକି ହୈ…’। ପୂର୍ବତନ ସେନା ମୁଖ୍ୟ ସଙ୍କେତ ଦେଇଛନ୍ତି କି, ଯଦି […] The post ‘ପିକଚର୍ ଅଭି ବାକି ହୈ…’, ଅପରେସନ ସିନ୍ଦୂର ପରେ ପୂର୍ବ ସେନା ମୁଖ୍ୟ ମନୋଜ ନରଭଣେ ପାକିସ୍ତାନକୁ ଦେଲେ ବଡ଼ ଟେନସନ appeared first on KNews Odisha.

ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା । ସେନା ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ଆଟାକ୍ କରିଛି । ଏହି ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଛି ଭାରତୀୟ ସେନା । ଏ ନେଇ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭଣେ କହିଛନ୍ତି ଯେ ‘ପିକଚର୍ ଅଭି ବାକି ହୈ…’।
ପୂର୍ବତନ ସେନା ମୁଖ୍ୟ ସଙ୍କେତ ଦେଇଛନ୍ତି କି, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରି ସଂଘର୍ଷ ବଢ଼ାଇବାକୁ ନିଷ୍ପତ୍ତି ନିଏ, ତେବେ ଏହି ପ୍ରକାରର ଆହୁରି ଆକ୍ରମଣ ସମ୍ଭବ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କ ନିର୍ମମ ହତ୍ୟା ପରେ ଏକ ସାହସିକ ଏବଂ ସୁଚିନ୍ତିତ ଜବାବୀ ପ୍ରତିଶୋଧ ସ୍ୱରୂପ ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା । ଏହା ଅଧୀନରେ ପାକିସ୍ତାନୀ ଅଞ୍ଚଳରେ ବହୁ ଭିତରକୁ ଯାଇ ଭାରତୀୟ ସେନା ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଥିଲା ।
ରାତିର ଅନ୍ଧାରରେ ଏହି ଅପରେସନ କରାଯାଇଥିଲା । ଏଥିରେ ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ସାହାଯ୍ୟରେ ପାକିସ୍ତାନର ୯ଟି ପ୍ରମୁଖ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା । ଏହି ସ୍ଥାନଗୁଡ଼ିକୁ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପହଲଗାମ ଆତଙ୍କବାଦୀ ଆକ୍ରମଣର ଏକ ସଠିକ ଜବାବ ଭାବରେ ‘ଅପରେସନ ସିନ୍ଦୂର’କୁ ବର୍ଣ୍ଣନା କରିଛି । ଏହି ଆକ୍ରମଣରେ ଲସ୍କର-ଏ-ତୈବାର ଦୁଇ ଜଣ ଶୀର୍ଷ ଆତଙ୍କୀ ନିହତ ହୋଇଥିବା ଜଣାଯାଇଛି ।
Abhi picture baki hai…
— Manoj Naravane (@ManojNaravane) May 7, 2025
The post ‘ପିକଚର୍ ଅଭି ବାକି ହୈ…’, ଅପରେସନ ସିନ୍ଦୂର ପରେ ପୂର୍ବ ସେନା ମୁଖ୍ୟ ମନୋଜ ନରଭଣେ ପାକିସ୍ତାନକୁ ଦେଲେ ବଡ଼ ଟେନସନ appeared first on KNews Odisha.