ବହୁ ପୁରାତନ ଶୈବପୀଠ ବୀର ଭଦ୍ରେଶ୍ୱର, ଶିବରାତ୍ରୀ ପାଇଁ ଲାଗିଛି ପ୍ରବଳ ଭିଡ଼
କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବହୁ ପୁରାତନ ଶୈବପୀଠ ହେଉଛି ବୀର ଭଦ୍ରେଶ୍ୱର ଶିବ ମନ୍ଦିର । ଏହି ଶିବ ମନ୍ଦିର ହେଉଛି ମାଲିକ ବର୍ଣିତ ଶିବ ମନ୍ଦିର । ଏହି ଶିବଲିଙ୍ଗ ପାଖରେ ପାତାଳକୁ ବାଟ ଥିବା କୁହନ୍ତି ମନ୍ଦିରର ପୂଜକ ମାନେ । ଆଜି ମହାଶିବରାତ୍ରି ଉପଲକ୍ଷେ ହାଜର ହାଜର ଶ୍ରଦ୍ଧାଳୁ ମାନେ ଶିବ ଠାକୁରଙ୍କ ଦର୍ଶନ ପାଇଁ ଲମ୍ବା ଲାଇନରେ ଛିଡ଼ାହୋଇ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରିଥିଲେ । […] The post ବହୁ ପୁରାତନ ଶୈବପୀଠ ବୀର ଭଦ୍ରେଶ୍ୱର, ଶିବରାତ୍ରୀ ପାଇଁ ଲାଗିଛି ପ୍ରବଳ ଭିଡ଼ appeared first on KNews Odisha.

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବହୁ ପୁରାତନ ଶୈବପୀଠ ହେଉଛି ବୀର ଭଦ୍ରେଶ୍ୱର ଶିବ ମନ୍ଦିର । ଏହି ଶିବ ମନ୍ଦିର ହେଉଛି ମାଲିକ ବର୍ଣିତ ଶିବ ମନ୍ଦିର । ଏହି ଶିବଲିଙ୍ଗ ପାଖରେ ପାତାଳକୁ ବାଟ ଥିବା କୁହନ୍ତି ମନ୍ଦିରର ପୂଜକ ମାନେ । ଆଜି ମହାଶିବରାତ୍ରି ଉପଲକ୍ଷେ ହାଜର ହାଜର ଶ୍ରଦ୍ଧାଳୁ ମାନେ ଶିବ ଠାକୁରଙ୍କ ଦର୍ଶନ ପାଇଁ ଲମ୍ବା ଲାଇନରେ ଛିଡ଼ାହୋଇ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରିଥିଲେ ।
ଆଜି ଶିବ ରାତ୍ରି ପାଇଁ ପ୍ରତିଦିନ ଭଳି ନିତି କାନ୍ତି ଚାଲିବା ସହ ରାତି ୧୧ ପରେ ମହାଦୀପ ଉଠିବ ବୋଲି କହିଥିଲେ । ସୁରକ୍ଷା ପାଇଁ ସ୍ୱେଚ୍ଛା ସେବି ସଂଘଠନ ମାନେ ରହି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ କରାଉଥିବା ଦେଖିବାକୁ ମିଳିଛି । ଏହି ଶୈବପୀଠ ର ଆଉ ଏକ ମାହାତ୍ମ୍ୟ ହେଉଛି ବସୁଆବଳଦ ବେକରେ ଥିବା ଘାଗୁଡ଼ି ୧୦୮ କିନ୍ତୁ ଆପଣ ଯେତେ ଥର ଗଣତି କଲେ ବି ଠିକ ହେବ ନାହିଁ। ଏହି ଶିବ ମନ୍ଦିରର ରେ ଯିଏ ଯାହା ମାନସିକ କରିଥାଏ ତାହା ପ୍ରାପ୍ତ ହୁଏ ବୋଲି ଶ୍ରଦ୍ଧାଳୁ ମାନେ କହିଛନ୍ତି ।
Also read: ଜାଗର ପାଇଁ ଚଳ ଚଞ୍ଚଳ ଝିଙ୍କେଶ୍ୱର ପୀଠ, ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
The post ବହୁ ପୁରାତନ ଶୈବପୀଠ ବୀର ଭଦ୍ରେଶ୍ୱର, ଶିବରାତ୍ରୀ ପାଇଁ ଲାଗିଛି ପ୍ରବଳ ଭିଡ଼ appeared first on KNews Odisha.