ସଂଖ୍ୟାଲଘୁ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଡଃ ଅଚ୍ୟୁତ ସାମନ୍ତ
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ଉଦଘାଟିତ । ବାପିଷ୍ଟ ଚର୍ଚ୍ଚ ପରିସରରେ ସଂଖ୍ୟାଲଘୁ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଡଃ ଅଚ୍ୟୁତ ସାମନ୍ତ। ପ୍ରଥମେ ରାଇକିଆରେ ଡଃ ଅଚ୍ୟୁତ ସାମନ୍ତଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରିଥିଲେ। ବାପିଷ୍ଟ ଚର୍ଚ୍ଚ ପରିସରରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ସଂଖ୍ୟାଲଘୁ କୋଠା ନିର୍ମାଣ କରାଯିବ । ବହୁଦିନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂଖ୍ୟାଲଘୁ କୋଠା ପାଇଁ ଅନୁରୋଧ କରିଥିଲେ ବାପିଷ୍ଟ […] The post ସଂଖ୍ୟାଲଘୁ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଡଃ ଅଚ୍ୟୁତ ସାମନ୍ତ appeared first on KNews Odisha.

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ଉଦଘାଟିତ । ବାପିଷ୍ଟ ଚର୍ଚ୍ଚ ପରିସରରେ ସଂଖ୍ୟାଲଘୁ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଡଃ ଅଚ୍ୟୁତ ସାମନ୍ତ। ପ୍ରଥମେ ରାଇକିଆରେ ଡଃ ଅଚ୍ୟୁତ ସାମନ୍ତଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରିଥିଲେ। ବାପିଷ୍ଟ ଚର୍ଚ୍ଚ ପରିସରରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ସଂଖ୍ୟାଲଘୁ କୋଠା ନିର୍ମାଣ କରାଯିବ । ବହୁଦିନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂଖ୍ୟାଲଘୁ କୋଠା ପାଇଁ ଅନୁରୋଧ କରିଥିଲେ ବାପିଷ୍ଟ ଚର୍ଚ୍ଚ ମଣ୍ଡଳୀ । ଏହି କାର୍ଯ୍ୟ ପାଇଁ ଡଃ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ବାପିଷ୍ଟ ଚର୍ଚ୍ଚ ମଣ୍ଡଳୀବାସୀ ।
କନ୍ଧମାଳ ଜିଲ୍ଲା ରାଇକିଆ ଲାମ୍ବାଡିକିଆ ଆଲ୍ଫା ଗ୍ରୁପ, ମା ଲକ୍ଷ୍ମୀ ଗ୍ରୁପ ଏବଂ ଜୀବନ ଜ୍ୟୋତି SHG ତିନୋଟି ଗ୍ରୁପର ୩୦ ଜଣ ମହିଳାଙ୍କୁ ୩୦ଟି ସିଲେଇ ମେସିନ ସାଂସଦ ଡ. ଅଚ୍ୟୁତ ସାମନ୍ତ ନିଜସ୍ବ ପାଣ୍ଠିରୁ ପ୍ରଦାନ କରିଛନ୍ତି। ଆଜି ତାହା ଉଦଘାଟନ କରିଛନ୍ତି କନ୍ଧମାଳ ସାଂସଦ। ଏହାଦ୍ୱାରା ମହିଳାମାନେ ନିଜେ ସ୍ବାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରିପାରିବେ ବୋଲି କହିଛନ୍ତି ଡ. ସାମନ୍ତ। ମେସିନ ପାଇ ମହିଳା ମାନେ ବହୁତ ଖୁସି ହେବା ସହ କନ୍ଧମାଳ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ସାଲୁଗା ପ୍ରଧାନ ଉପସ୍ଥିତ ରହିଥିଲେ ।
The post ସଂଖ୍ୟାଲଘୁ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଡଃ ଅଚ୍ୟୁତ ସାମନ୍ତ appeared first on KNews Odisha.