ପିଚୁ ଡ୍ରମ୍ ଭିତରେ ଫସିଛନ୍ତି ଯୁବକ, ଦେଢ ବର୍ଷ ପରେ ରିଲ୍ସ ଦେଖି ଚିହ୍ନିଲେ ପରିବାର

ଭୁବନେଶ୍ବର ୨୦।୩: ପିଚୁ ଡ୍ରମ୍ ଭିତରେ ଯୁବକ । ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଲା ଭାଇରାଲ । ଦେଢ଼ ବର୍ଷ ପରେ ଭାଇରଲ୍ ଭିଡ଼ିଓ ଦେଖି ପରିବାର ଲୋକେ ଯୁବକଙ୍କୁ ଚିହ୍ନିଲେ । ରିଲ୍ସ ଦେଖୁଥିବା ବେଳେ ବାରଙ୍ଗ ରାମଦାସପୁର ପଞ୍ଚାୟତ ରତାଗଡ ଅଞ୍ଚଳର କାଳନ୍ଦୀ ରାଉଳ ଏଭଳି ଦୃଶ୍ୟ ଦେଖିବାକୁ ପାଇଛନ୍ତି । ନିଜ ୨୭ ବର୍ଷର ଭାଇଙ୍କୁ ପିଚୁ ଡ୍ରମ୍ ଭିତରେ ପଡିଥିବା ଦେଖି ବିକଳ ହୋଇପଡିଛନ୍ତି ସେ ଓ ପରିବାର ସଦସ୍ୟ । ଯୁବକ ଜଣଙ୍କ ମଞ୍ଚେଶ୍ୱର ଅଞ୍ଚଳରେ ଘୁଷୁରୀ ପାଳକ ଭାବେ କାମ କରୁଥିଲେ । କିନ୍ତୁ ଦେଢ଼ ବର୍ଷ ତଳେ ନିଖୋଜ ହୋଇଥିବାରୁ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଫେଲ ମାରିଥିଲେ । କିନ୍ତୁ ମଙ୍ଗଳବାର ୟୁଟ୍ୟୁବ୍‌ରେ ରିଲ୍ସ ଦେଖିବା ପରେ ଏନେଇ ଭୁବନେଶ୍ୱର ସ୍ଥିତ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଭାଇ କାଳନ୍ଦୀ ରାଉଳ । ଯାହାର ତଦନ୍ତ ଜାରି ରଖିଥିବା ବେଳେ ଏବେ ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।You Can Read :ମହିଳାଙ୍କୁ ସିନ୍ଦୁର ପିନ୍ଧାଇ ନିଜର କରିବାକୁ ଚାହୁଁଥିଲା, ବିରୋଧ କରିବାରୁ ପଥରରେ ଛେଚି ମାରିଦେଲା : ବନ୍ଧାହେଲା ହତ୍ୟାକାରୀ ମନୁଆ  

ପିଚୁ ଡ୍ରମ୍ ଭିତରେ ଫସିଛନ୍ତି ଯୁବକ, ଦେଢ ବର୍ଷ ପରେ ରିଲ୍ସ ଦେଖି ଚିହ୍ନିଲେ ପରିବାର

ଭୁବନେଶ୍ବର ୨୦୩: ପିଚୁ ଡ୍ରମ୍ ଭିତରେ ଯୁବକ । ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଲା ଭାଇରାଲ । ଦେଢ଼ ବର୍ଷ ପରେ ଭାଇରଲ୍ ଭିଡ଼ିଓ ଦେଖି ପରିବାର ଲୋକେ ଯୁବକଙ୍କୁ ଚିହ୍ନିଲେ । ରିଲ୍ସ ଦେଖୁଥିବା ବେଳେ ବାରଙ୍ଗ ରାମଦାସପୁର ପଞ୍ଚାୟତ ରତାଗଡ ଅଞ୍ଚଳର କାଳନ୍ଦୀ ରାଉଳ ଏଭଳି ଦୃଶ୍ୟ ଦେଖିବାକୁ ପାଇଛନ୍ତି । ନିଜ ୨୭ ବର୍ଷର ଭାଇଙ୍କୁ ପିଚୁ ଡ୍ରମ୍ ଭିତରେ ପଡିଥିବା ଦେଖି ବିକଳ ହୋଇପଡିଛନ୍ତି ସେ ଓ ପରିବାର ସଦସ୍ୟ । 

ଯୁବକ ଜଣଙ୍କ ମଞ୍ଚେଶ୍ୱର ଅଞ୍ଚଳରେ ଘୁଷୁରୀ ପାଳକ ଭାବେ କାମ କରୁଥିଲେ । କିନ୍ତୁ ଦେଢ଼ ବର୍ଷ ତଳେ ନିଖୋଜ ହୋଇଥିବାରୁ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଫେଲ ମାରିଥିଲେ । କିନ୍ତୁ ମଙ୍ଗଳବାର ୟୁଟ୍ୟୁବ୍‌ରେ ରିଲ୍ସ ଦେଖିବା ପରେ ଏନେଇ ଭୁବନେଶ୍ୱର ସ୍ଥିତ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଭାଇ କାଳନ୍ଦୀ ରାଉଳ । ଯାହାର ତଦନ୍ତ ଜାରି ରଖିଥିବା ବେଳେ ଏବେ ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

You Can Read :

ମହିଳାଙ୍କୁ ସିନ୍ଦୁର ପିନ୍ଧାଇ ନିଜର କରିବାକୁ ଚାହୁଁଥିଲା, ବିରୋଧ କରିବାରୁ ପଥରରେ ଛେଚି ମାରିଦେଲା : ବନ୍ଧାହେଲା ହତ୍ୟାକାରୀ ମନୁଆ