ପିତା ପାକିସ୍ତାନୀ ମା’ ଭାରତୀୟ, ଏବେ ୯ ସନ୍ତାନ ଯିବେ କୁଆଡେ, ପୋଲିସ ମାଗିଲା…
ଭୋପାଳ,୨୯।୪: ପହଲଗାମ ଆକ୍ରମଣ ପରେ, ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଏହି ସମୟରେ ମଧ୍ୟପ୍ରଦେଶରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏମପି ପୋଲିସ ୯ଜଣ ପିଲାଙ୍କୁ ଚିହ୍ନଟ କରିଛି, ଯାହାଙ୍କ ବାପା ପାକିସ୍ତାନୀ ଏବଂ ମା’ ଭାରତୀୟ। ଏବେ ପୋଲିସ ମଧ୍ୟ ଭାବୁଛି ଯେ ସେମାନଙ୍କୁ ପାକିସ୍ତାନ ଫେରାଇ ଦିଆଯିବା ଉଚିତ ନା ଭାରତରେ ରହିବାକୁ ଦିଆଯିବା ଉଚିତ। ସେହିପରି, ଅନ୍ୟ […] The post ପିତା ପାକିସ୍ତାନୀ ମା’ ଭାରତୀୟ, ଏବେ ୯ ସନ୍ତାନ ଯିବେ କୁଆଡେ, ପୋଲିସ ମାଗିଲା… appeared first on Dharitri Odia News.
ଭୋପାଳ,୨୯।୪: ପହଲଗାମ ଆକ୍ରମଣ ପରେ, ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଏହି ସମୟରେ ମଧ୍ୟପ୍ରଦେଶରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏମପି ପୋଲିସ ୯ଜଣ ପିଲାଙ୍କୁ ଚିହ୍ନଟ କରିଛି, ଯାହାଙ୍କ ବାପା ପାକିସ୍ତାନୀ ଏବଂ ମା’ ଭାରତୀୟ। ଏବେ ପୋଲିସ ମଧ୍ୟ ଭାବୁଛି ଯେ ସେମାନଙ୍କୁ ପାକିସ୍ତାନ ଫେରାଇ ଦିଆଯିବା ଉଚିତ ନା ଭାରତରେ ରହିବାକୁ ଦିଆଯିବା ଉଚିତ।
ସେହିପରି, ଅନ୍ୟ ଏକ ମାମଲାରେ ଏହା ପ୍ରକାଶ ପାଇଛି ଯେ ପାକିସ୍ତାନର ଜଣେ ବ୍ୟକ୍ତି ଭାରତ ସରକାରଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପୂର୍ବରୁ ଏପ୍ରିଲ ୨୫ରେ ଦୀର୍ଘକାଳୀନ ଭିଜା (LTV) ପାଇଁ ଆବେଦନ କରିଥିଲେ। ଏବେ ସେ ଭାରତରେ ରହିବେ କି ନାହିଁ ତାହା ମଧ୍ୟ ଏକ ପ୍ରଶ୍ନବାଚି। ପୋଲିସ ଅଧିକାରୀମାନେ ମଧ୍ୟ ଏହା ଉପରେ ସନ୍ଦେହ କରୁଛନ୍ତି।
ଖବର ସରବରାହ ସଂସ୍ଥା ପିଟିଆଇ ସହିତ କଥାବାର୍ତ୍ତାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି-
ଆମେ ଏହି ବିଷୟଗୁଡ଼ିକରେ କେନ୍ଦ୍ର ସରକାରଙ୍କଠାରୁ ପରାମର୍ଶ ଲୋଡ଼ିଛୁ। ମଧ୍ୟପ୍ରଦେଶରେ ୯ ଜଣ ପିଲା ଅଛନ୍ତି, ଯାହାଙ୍କ ମାଆ ଭାରତୀୟ ଏବଂ ବାପା ପାକିସ୍ତାନୀ। ଏଥିମଧ୍ୟରୁ ଇନ୍ଦୋରରୁ ୪, ଜବଲପୁରରୁ ୩ ଏବଂ ଭୋପାଳରୁ ୨ ପିଲା ମିଳିଛନ୍ତି। ଏହା ସହିତ, ଜଣେ ବ୍ୟକ୍ତି ମଧ୍ୟ ଏପ୍ରିଲ ୨୫ରେ LTV ପାଇଁ ଆବେଦନ କରିଥିଲେ। ଆମେ ଏହି ଦୁଇଟି ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛୁ।
ପୋଲିସର ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମଧ୍ୟପ୍ରଦେଶର ମୋଟ ୧୪ ଜଣଙ୍କୁ ଦେଶ ଛାଡିବାକୁ ପଡିଥିଲା। ଏହି ୯ ଜଣ ପିଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ୩ ଜଣଙ୍କୁ ପୂର୍ବରୁ ପାକିସ୍ତାନ ପଠାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କୌଣସି କାମରେ ଦିଲ୍ଲୀ ଯାଇଛନ୍ତି। ଏହା ବ୍ୟତୀତ, ବର୍ତ୍ତମାନ ୨୨୮ ଜଣ ପାକିସ୍ତାନୀ ବିଭିନ୍ନ ଭିଜାରେ ମଧ୍ୟପ୍ରଦେଶରେ ରହୁଛନ୍ତି।
ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ପାକିସ୍ତାନୀ ନିର୍ଦ୍ଧାରିତ ସୀମା ପୂର୍ବରୁ ଭାରତ ଛାଡି ନଯାଆନ୍ତି, ତେବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ। ଏପରି କ୍ଷେତ୍ରରେ, ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡି ଦିଆଯାଇପାରେ।
The post ପିତା ପାକିସ୍ତାନୀ ମା’ ଭାରତୀୟ, ଏବେ ୯ ସନ୍ତାନ ଯିବେ କୁଆଡେ, ପୋଲିସ ମାଗିଲା… appeared first on Dharitri Odia News.