ପିତା ଶିବୁ ସୋରେନଙ୍କ ପରି ଗିରଫ ହେଲେ ହେମନ୍ତ ସୋରେନ ! ପଢନ୍ତୁ ୨୦ ବର୍ଷ ପୁରୁଣା ଘଟଣାବଳୀ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ରାଞ୍ଚିର ଜମି ଦୁର୍ନୀତି ମାମଲାରେ ତାଙ୍କ ସଂପୃକ୍ତିକୁ ନେଇ ଇଡି ଛଅ ଘଣ୍ଟା ଧରି ପଚରା ଉଚୁରା କରିଥିଲା। ଏହା ପୂର୍ବରୁ ସୋମବାର ଇଡିର ଟିମ୍ ଦିଲ୍ଲୀ ସ୍ଥିତ ବାସଭବନରେ ଜେରା କରିବା ପାଇଁ ପହଞ୍ଚିଥିଲେ ହେଁ ହେମନ୍ତ ସୋରେନଙ୍କ କୌଣସି ଠିକଣା ମିଳି ନ ଥିଲା। ରାଞ୍ଚିର କଥିତ ଜମି ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ ଇଡି ତାଙ୍କୁ ୧୦ ଥର ସମନ ଜାରି କରିଥିଲା। କିଛି ଦିନ ପୂର୍ବେ ଇଡି ଅନେକ  ଘଣ୍ଟା ପର୍ଯ୍ୟନ୍ତ ସୋରେନଙ୍କୁ ଜେରା କରିଥିଲେ। ହେଲେ ବୁଧବାର ଅନେକ ଘଣ୍ଟା ଧରି ପଚରା ଉଚୁରା ପରେ ଶେଷରେ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଛି। Also read- କିଏ ଏହି ‘ଝାଡ଼ଖଣ୍ଡ ଟାଇଗର’ ଚମ୍ପାଇ ସୋରେନ ? ହେବାକୁ ଯାଉଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଗିରଫଦାରୀ ପୂର୍ବରୁ ଯେଉଁଭଳି ରାଜନୈତିକ ଡ୍ରାମା ଘଟିଲା ତାହା ୨୦ ବର୍ଷ ପୂର୍ବେ ହୋଇଥିବା ଡ୍ରାମାକୁ ମନେ ପକାଇ ଦେଇଛି। ସେହି ସମୟରେ ତାଙ୍କ ପିତା ଶିବୁ ସୋରେନଙ୍କ ଗିରଫଦାରୀ ସମୟରେ ଠିକ୍ ଏଭଳି କିଛି ଘଟିଥିଲା। ରାଜନୈତିକ ଡ୍ରାମା ପରେ ଶିବୁ ସୋରେନ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ। ୨୦ ବର୍ଷ ପରେ ପୁଣି ଡ୍ରାମା ସୋମବାର ଇଡିର ଟିମ୍ ଯେବେ ଦିଲ୍ଲୀ ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଥିଲା, ସେହି ସମୟରେ

ପିତା ଶିବୁ ସୋରେନଙ୍କ ପରି ଗିରଫ ହେଲେ ହେମନ୍ତ ସୋରେନ ! ପଢନ୍ତୁ ୨୦ ବର୍ଷ ପୁରୁଣା ଘଟଣାବଳୀ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ରାଞ୍ଚିର ଜମି ଦୁର୍ନୀତି ମାମଲାରେ ତାଙ୍କ ସଂପୃକ୍ତିକୁ ନେଇ ଇଡି ଛଅ ଘଣ୍ଟା ଧରି ପଚରା ଉଚୁରା କରିଥିଲା। ଏହା ପୂର୍ବରୁ ସୋମବାର ଇଡିର ଟିମ୍ ଦିଲ୍ଲୀ ସ୍ଥିତ ବାସଭବନରେ ଜେରା କରିବା ପାଇଁ ପହଞ୍ଚିଥିଲେ ହେଁ ହେମନ୍ତ ସୋରେନଙ୍କ କୌଣସି ଠିକଣା ମିଳି ନ ଥିଲା। ରାଞ୍ଚିର କଥିତ ଜମି ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ ଇଡି ତାଙ୍କୁ ୧୦ ଥର ସମନ ଜାରି କରିଥିଲା। କିଛି ଦିନ ପୂର୍ବେ ଇଡି ଅନେକ  ଘଣ୍ଟା ପର୍ଯ୍ୟନ୍ତ ସୋରେନଙ୍କୁ ଜେରା କରିଥିଲେ। ହେଲେ ବୁଧବାର ଅନେକ ଘଣ୍ଟା ଧରି ପଚରା ଉଚୁରା ପରେ ଶେଷରେ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଛି।

Also read- କିଏ ଏହି ‘ଝାଡ଼ଖଣ୍ଡ ଟାଇଗର’ ଚମ୍ପାଇ ସୋରେନ ? ହେବାକୁ ଯାଉଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ

ହେମନ୍ତଙ୍କ ଗିରଫଦାରୀ ପୂର୍ବରୁ ଯେଉଁଭଳି ରାଜନୈତିକ ଡ୍ରାମା ଘଟିଲା ତାହା ୨୦ ବର୍ଷ ପୂର୍ବେ ହୋଇଥିବା ଡ୍ରାମାକୁ ମନେ ପକାଇ ଦେଇଛି। ସେହି ସମୟରେ ତାଙ୍କ ପିତା ଶିବୁ ସୋରେନଙ୍କ ଗିରଫଦାରୀ ସମୟରେ ଠିକ୍ ଏଭଳି କିଛି ଘଟିଥିଲା। ରାଜନୈତିକ ଡ୍ରାମା ପରେ ଶିବୁ ସୋରେନ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ।

୨୦ ବର୍ଷ ପରେ ପୁଣି ଡ୍ରାମା

ସୋମବାର ଇଡିର ଟିମ୍ ଯେବେ ଦିଲ୍ଲୀ ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଥିଲା, ସେହି ସମୟରେ ମୁଖ୍ୟମନ୍ତ୍ରୀ ଘରେ ନ ଥିଲେ। ଇଡି ତିନୋଟି ସ୍ଥାନରେ ଚଢାଉ କରିଥିଲେ ହେଁ କୌଣସି ଠି ହେମନ୍ତ ମିଳି ନ ଥିଲେ। ଏହାପରେ ହେମନ୍ତ ଗିରଫଦାରୀ ଭୟରେ ଫେରାର ହୋଇଥିବା ଅଭିଯୋଗ କରିଥିଲା ବିଜେପି।

ହେଲେ ମଙ୍ଗଳବାର ହେମନ୍ତ ସୋରେନ ରାଞ୍ଚି ପହଞ୍ଚିଥିଲେ। ଜେଏମଏମର ମୁଖପାତ୍ର ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଥିଲେ ହେମନ୍ତ ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଇଥିଲେ। କାମ ସରିବା ପରେ ସେ ଫେରି ଆସିଛନ୍ତି। ଏହି ପରି ୨୦୦୪ରେ ଶିବୁ ସୋରେନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ସେହି ସମୟରେ ସେ ଅଣ୍ଡର ଗ୍ରାଉଣ୍ଡ ହୋଇ ଯାଇଥିଲେ। ସେତେବେଳେ ଶିବୁ ସୋରେନ ମନମୋହନ ସରକାରରେ କୋଇଲା ଓ ଖନନ ମନ୍ତ୍ରୀ ଥିଲେ।

Also read- ଜନତାଙ୍କ ସମ୍ବିଧାନିକ ଅଧିକାର ଛଡାଉଛି ବିଜେପି! ୨୦୨୪ ନିର୍ବାଚନରେ ବଞ୍ଚାଇବାକୁ ହେବ ଗଣତନ୍ତ୍ର: ଅଖିଳେଶ ଯାଦବ

୨୦୦୪ ଜୁଲାଇ ୧୭ରେ ଜାମତାଡ଼ାର ଏକ କୋର୍ଟ ଶିବୁ ସୋରେନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ଓ୍ଵାରେଣ୍ଟ ଜାରି ହେବା ପରଠୁ ଶିବୁ ସୋରେନ ଗାଏବ ହୋଇ ଯାଇଥିଲେ। ଏହି ଓ୍ଵାରେଣ୍ଟ ୩୦ ବର୍ଷ ପୂର୍ବେ ଏକ ମାମଲାରେ ଜାରି କରାଯାଇଥିଲା। ୧୯୭୫ରେ ଶିବୁ ସୋରେନଙ୍କ ନେତୃତ୍ଵରେ ଏକ ରାଲି ହୋଇଥିଲା। ରାଲିରେ ହିଂସା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ରାଲି ଚିରୁଡିହରେ ହୋଇଥିଲା ଏବଂ ଭିଡ଼କୁ ଉସୁକାଇଥିବା ଶିବୁ ସୋରେନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

୨୦୦୪ ଜୁଲାଇ ୨୧ରେ ରାଞ୍ଚି ପୋଲିସର ଏକ ଟିମ୍ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଲେ ହେଁ ସେଠାରେ ଶିବୁ ସୋରେନଙ୍କୁ ପାଇ ନ ଥିଲେ। ଏହା ପରେ ୨୦୦୪ ଜୁଲାଇ ୨୪ରେ ଶିବୁ ସୋରେନ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲ। ତାଙ୍କୁ କୋର୍ଟ ପଳାତକ ଘୋଷଣା କରିଥିଲା। ଶେଷରେ ୨୦୦୪ ଜୁଲାଇ ୩୦ରେ ଶିବୁ ସୋରେନ ଗଣମାଧ୍ୟମ ସାମ୍ନାକୁ ଆସି ଅଗଷ୍ଟ ୨ରେ କୋର୍ଟରେ ଆତ୍ମ ସମର୍ପଣ କରିବେ ବୋଲି କହିଥିଲେ। ସେ ଛପି ନ ଥିଲେ ବରଂ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ।

୨୦୦୪ ଅଗଷ୍ଟ ୨ରେ ଶିବୁ ଜାମତାଡ଼ାର ଜିଲ୍ଲା ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ତାଙ୍କୁ ଗିରଫ କରାଯାଇ ଜେଲ୍ ପଠା ଯାଇଥିଲା। ଆଉ ସେହି ଦିନ ହିଁ ତାଙ୍କୁ କୋର୍ଟରୁ ନିଃସର୍ତ୍ତ  ଜାମିନ ମିଳିଥିଲା। ୨୦୦୮ ମାର୍ଚ୍ଚରେ ଫାଷ୍ଟ ଟ୍ରାକ କୋର୍ଟ ୩୩ ବର୍ଷ ପୁରୁଣା ଚିରୁଡିହ ନରସଂହାର ମାମଲାରେ ଶିବୁ ସୋରେନଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିଲା।

The post ପିତା ଶିବୁ ସୋରେନଙ୍କ ପରି ଗିରଫ ହେଲେ ହେମନ୍ତ ସୋରେନ ! ପଢନ୍ତୁ ୨୦ ବର୍ଷ ପୁରୁଣା ଘଟଣାବଳୀ appeared first on Prameya News7.