ପିଥମ୍ପୁରରେ ୨ ଜଣଙ୍କ ଆତ୍ମାହୁତି ଉଦ୍ୟମ
ଧର୍,୪ା୧: ମଧ୍ୟପ୍ରଦେଶର ଭୋପାଳସ୍ଥିତ ୟୁନିୟନ କାର୍ବାଇଡ୍ ଇଣ୍ଡିଆ ଲିଃ (ୟୁସିଆଇଆଇ) କୀଟନାଶକ ପ୍ଲାଣ୍ଟରୁ ବର୍ଜ୍ୟକୁ ୧୨ଟି କଣ୍ଟେନର ଟ୍ରକ୍ରେ ସିଲ୍ କରି ୨୫୦ କି.ମି. ଦୂର ଧର୍ ଜିଲା ପିଥମ୍ପୁର ଶିଳ୍ପଞ୍ଚଳକୁ ନିଆଯିବାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି। ୩୩୭ ଟନ୍ ବିପଜ୍ଜନକ ଆବର୍ଜନା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ବୋଲି ଆଶଙ୍କା କରି ‘ପିଥମ୍ପୁର ବଚାଓ ସମିତି’ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭବେଳେ ସମିତିର ୨ ଜଣ ସଦସ୍ୟ ଆତ୍ମାହୁତି […] The post ପିଥମ୍ପୁରରେ ୨ ଜଣଙ୍କ ଆତ୍ମାହୁତି ଉଦ୍ୟମ appeared first on Dharitri Odia News.
ଧର୍,୪ା୧: ମଧ୍ୟପ୍ରଦେଶର ଭୋପାଳସ୍ଥିତ ୟୁନିୟନ କାର୍ବାଇଡ୍ ଇଣ୍ଡିଆ ଲିଃ (ୟୁସିଆଇଆଇ) କୀଟନାଶକ ପ୍ଲାଣ୍ଟରୁ ବର୍ଜ୍ୟକୁ ୧୨ଟି କଣ୍ଟେନର ଟ୍ରକ୍ରେ ସିଲ୍ କରି ୨୫୦ କି.ମି. ଦୂର ଧର୍ ଜିଲା ପିଥମ୍ପୁର ଶିଳ୍ପଞ୍ଚଳକୁ ନିଆଯିବାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି। ୩୩୭ ଟନ୍ ବିପଜ୍ଜନକ ଆବର୍ଜନା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ବୋଲି ଆଶଙ୍କା କରି ‘ପିଥମ୍ପୁର ବଚାଓ ସମିତି’ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭବେଳେ ସମିତିର ୨ ଜଣ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଇନ୍ଦୋରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିମାଡ଼ କରିବାରୁ ଅନେକେ ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ଲାଗିରହିଛି। ତେବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଧର୍ ଏସ୍ପି ମନୋଜ ସିଂ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୧୯୮୪ ଡିସେମ୍ବର ୨-୩ ରାତିରେ ଭୋପାଳସ୍ଥିତ ୟୁସିଆଇଆଇ କୀଟନାଶନ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୩,୭୮୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ହଜାର ଲୋକ ବିକଳାଙ୍ଗ ହୋଇଯାଇଥିଲେ। ଏହାକୁ ବିଶ୍ୱର ସବୁଠୁ ଭୟଙ୍କର ଶିଳ୍ପାଞ୍ଚଳ ବିପର୍ଯ୍ୟୟ କୁହାଯାଏ। ଏହି ଘଟଣାର ଦୀର୍ଘ ୪୦ ବର୍ଷ ପରେ ବୁଧବାର ରାତିରେ କାରଖାନା ପରିସରରୁ ୩୭୭ ଟନ୍ ଓଜନର ବିପଜ୍ଜନକ ବର୍ଜ୍ୟ ହଟାଯାଇଥିଲା। ଏଥିପାଇଁ ୨୫୦ କି.ମି. ରାସ୍ତାକୁ ଗ୍ରୀନ୍ କରିଡର ଘୋଷଣା କରାଯାଇଥିଲା। ଟ୍ରକ୍ରେ ଆବର୍ଜନ ବୋଝେଇ ପାଇଁ ରବିବାରଠାରୁ ପ୍ରତି ୩୦ ମିନିଟ୍ ଶିଫ୍ଟରେ ପାଳିକରି ୧୦୦ ଶ୍ରମିକ ନିୟୋଜିତ ହୋଇଥିଲେ।
The post ପିଥମ୍ପୁରରେ ୨ ଜଣଙ୍କ ଆତ୍ମାହୁତି ଉଦ୍ୟମ appeared first on Dharitri Odia News.