ପିପିଲିରେ ଲଜ୍ଜା: ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ
ପିପିଲି,୨୩ା୩(ପ୍ରଭାତ କୁମାର ମହାପାତ୍ର): ପୁରୀ ଜିଲା ପିପିଲିରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ ଥିବା ନେଇ ଛାତ୍ରୀଙ୍କ ପରିବାର ଲୋକେ ପିପିଲି ଥାନାରେ ଶନିବାର ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା(ନଂ.୧୬୧/୨୫) ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ପିପିଲି ଥାନା ଅଞ୍ଚଳରେ ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କୁ ପଡ଼ୋଶୀ ଘରର ଜଣେ ବ୍ୟକ୍ତି […] The post ପିପିଲିରେ ଲଜ୍ଜା: ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ appeared first on Dharitri Odia News.
ପିପିଲି,୨୩ା୩(ପ୍ରଭାତ କୁମାର ମହାପାତ୍ର): ପୁରୀ ଜିଲା ପିପିଲିରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ ଥିବା ନେଇ ଛାତ୍ରୀଙ୍କ ପରିବାର ଲୋକେ ପିପିଲି ଥାନାରେ ଶନିବାର ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା(ନଂ.୧୬୧/୨୫) ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ପିପିଲି ଥାନା ଅଞ୍ଚଳରେ ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କୁ ପଡ଼ୋଶୀ ଘରର ଜଣେ ବ୍ୟକ୍ତି ଗର୍ଭବତୀ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ପେସାରେ ଜଣେ ସଂକୀର୍ତ୍ତନ ଗାୟକ। ଶୁକ୍ରବାର ଝିଅ ଗର୍ଭବତୀ ଥିବା ଜାଣିବା ପରେ ମା’ ଶନିବାର ପିପିଲି ଥାନାରେ ଅଭିଯୋଗ କରିଥିଲେ। ପରେ ଛାତ୍ରୀଙ୍କ ଡାକ୍ତରୀମାଇନା କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।
The post ପିପିଲିରେ ଲଜ୍ଜା: ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ appeared first on Dharitri Odia News.