ପିଲା ଜନ୍ମକଲେ ୨୫ରୁ କମ୍ ବୟସ୍କାଙ୍କୁ ଲକ୍ଷେ ରୁବଲ
ମସ୍କୋ: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ ୮୧ ହଜାର ଟଙ୍କା)ର ପ୍ରୋତ୍ସାହନ ରାଶି ଦିଆଯିବ। ‘ଦି ମସ୍କୋ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରେଲିଆର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ୨୫ ବର୍ଷ ବୟସ୍କା ଛାତ୍ରୀମାନଙ୍କ ପାଇଁ ଏହି ଯୋଜନା ଲାଗୁ ହେବ। ଦେଶରେ ଲଗାତର ହ୍ରାସ ପାଉଥିବା ଜନ୍ମହାରରେ ଉନ୍ନତି ଆଣିବା ପାଇଁ ଗତ […] The post ପିଲା ଜନ୍ମକଲେ ୨୫ରୁ କମ୍ ବୟସ୍କାଙ୍କୁ ଲକ୍ଷେ ରୁବଲ appeared first on Dharitri Odia News.
ମସ୍କୋ: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ ୮୧ ହଜାର ଟଙ୍କା)ର ପ୍ରୋତ୍ସାହନ ରାଶି ଦିଆଯିବ। ‘ଦି ମସ୍କୋ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରେଲିଆର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ୨୫ ବର୍ଷ ବୟସ୍କା ଛାତ୍ରୀମାନଙ୍କ ପାଇଁ ଏହି ଯୋଜନା ଲାଗୁ ହେବ। ଦେଶରେ ଲଗାତର ହ୍ରାସ ପାଉଥିବା ଜନ୍ମହାରରେ ଉନ୍ନତି ଆଣିବା ପାଇଁ ଗତ ଜାନୁଆରୀ ୧ରୁ କରେଲିଆ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ତେବେ ମୃତ ପିଲାଙ୍କୁ ଜନ୍ମ ଦେଇଥିବା ମା’ଙ୍କ ପାଇଁ ଏହି ଯୋଜନା ଅନୁଯାୟୀ ପ୍ରୋତ୍ସାହନ ରାଶି ଦିଆଯିବ ନାହିଁ।
ତେବେ ଏପରି ନୀତିକୁ କାର୍ଯ୍ୟକାରୀ କରିବାରେ କାରୋଲିନା ରୁଷିଆର ପ୍ରଥମ ଅଞ୍ଚଳ ନୁହେଁ। ରୁଷିଆର ଅତି କମ୍ରେ ୧୧ରୁ ଅଧିକ ଆଞ୍ଚଳିକ ସରକାର ଛାତ୍ରୀମାନଙ୍କୁ ପିଲା ଜନ୍ମ କରିବା ପାଇଁ ପ୍ରୋତ୍ସାହନ ରାଶି ଦେଉଛନ୍ତି। ତେବେ ବିଶେଷଜ୍ଞମାନେ ଏପରି ପଦକ୍ଷେପକୁ ଅନୁପଯୁକ୍ତ ଏବଂ ଦୂରଦୃଷ୍ଟିସମ୍ପନ୍ନ ନୁହେଁ ବୋଲି କହିଛନ୍ତି। ମା’ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ସେମାନେ ଆର୍ଥିକ ଭାବେ ସ୍ବଚ୍ଛଳ ନ ଥିବା କାରଣରୁ ଏହି ଯୋଜନା ଫଳପ୍ରଦ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
୨୦୨୪ର ପ୍ରଥମ ୬ ମାସ ମଧ୍ୟରେ ରୁଷିଆରେ କେବଳ ୫,୯୯,୬୦୦ ଶିଶୁ ଜନ୍ମ ହୋଇଥିଲେ। ଗତ ୨୫ ବର୍ଷର ରୁଷିଆ ଇତିହାସରେ ଏହି ସଂଖ୍ୟା ସବୁଠୁ କମ୍ ଥିଲା। ୧୯୯୦ ଦଶକର ଆରମ୍ଭରେ ରୁଷିଆର ଜନସଂଖ୍ୟା ୧୪.୮ କୋଟି ଥିବା ବେଳେ ଏବେ ଏହା କମି ୧୪.୬ କୋଟିରେ ପହଞ୍ଚିଛି। ଜାତିସଂଘର ଅନୁମାନ ଅନୁଯାୟୀ, ୨୧୦୦ ମସିହା ବେଳକୁ ରୁଷିଆର ଜନସଂଖ୍ୟା ଆହୁରି ହ୍ରାସ ପାଇ ୭.୪ କୋଟିରୁ ୧୧.୨ କୋଟି ମଧ୍ୟରେ ରହିପାରେ।
The post ପିଲା ଜନ୍ମକଲେ ୨୫ରୁ କମ୍ ବୟସ୍କାଙ୍କୁ ଲକ୍ଷେ ରୁବଲ appeared first on Dharitri Odia News.