ପିଲାଙ୍କ ପାଇଁ ଘାତକ ଟ୍ରେଡ୍‌ ମିଲ୍‌

ଜିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ହେଲା ଟ୍ରେଡ୍‌ ମିଲ୍‌ । ଆଜିକାଲି ସମସ୍ତେ ଫିଟ୍‌ ରହିବା ପାଇଁ ଜିମ୍‌ ଯିବାକୁ ଆଗ୍ରହୀ । କେତେକ ଯାଗାରେ ଛୋଟ ପିଲାଙ୍କୁ ମଧ୍ୟ ଜିମ୍‌ ନେଇଥାଆନ୍ତି । ତେବେ ଛୋଟ ପିଲାଙ୍କ ପାଇଁ ଟ୍ରେଡ୍‌ ମିଲ୍‌ ବିପଦପୂର୍ଣ୍ଣ । ଆମେରିକାର ପ୍ରୋଡକଫ ସେଫଫି କମିସନଙ୍କ ରିପୋର୍ଟ ଅନୁସାରେ ଟ୍ରେଡ୍‌ ମିଲ୍‌ ଛୋଟ ପିଲାଙ୍କ ପାଇଁ ବିପଦପୂର୍ଣ୍ଣ । ରିପୋର୍ଟ ଅନୁସାରେ ଟ୍ରେଡ୍‌ ମିଲ୍‌ରେ ଚାଲିବା ଫଳରେ ପିଲାଙ୍କର ଫ୍ୟାକcର ହେବା, […]

ପିଲାଙ୍କ ପାଇଁ ଘାତକ ଟ୍ରେଡ୍‌ ମିଲ୍‌
ପିଲାଙ୍କ ପାଇଁ ଘାତକ ଟ୍ରେଡ୍‌ ମିଲ୍‌

ଜିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ହେଲା ଟ୍ରେଡ୍‌ ମିଲ୍‌ । ଆଜିକାଲି ସମସ୍ତେ ଫିଟ୍‌ ରହିବା ପାଇଁ ଜିମ୍‌ ଯିବାକୁ ଆଗ୍ରହୀ । କେତେକ ଯାଗାରେ ଛୋଟ ପିଲାଙ୍କୁ ମଧ୍ୟ ଜିମ୍‌ ନେଇଥାଆନ୍ତି । ତେବେ ଛୋଟ ପିଲାଙ୍କ ପାଇଁ ଟ୍ରେଡ୍‌ ମିଲ୍‌ ବିପଦପୂର୍ଣ୍ଣ । ଆମେରିକାର ପ୍ରୋଡକଫ ସେଫଫି କମିସନଙ୍କ ରିପୋର୍ଟ ଅନୁସାରେ ଟ୍ରେଡ୍‌ ମିଲ୍‌ ଛୋଟ ପିଲାଙ୍କ ପାଇଁ ବିପଦପୂର୍ଣ୍ଣ । ରିପୋର୍ଟ ଅନୁସାରେ ଟ୍ରେଡ୍‌ ମିଲ୍‌ରେ ଚାଲିବା ଫଳରେ ପିଲାଙ୍କର ଫ୍ୟାକcର ହେବା, ଖଣ୍ଡିଆ ହେବା ଏପରିକି ମୃତୁ୍ୟର ମଧ୍ୟ ବିପଦ ରହିଥାଏ । ଏଭଳି ଅନେକ ଘଟଣା ଆମେରିକାରେ ଘଟିଥିବାରୁ, ସଂସ୍ଥା ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି । ସର୍ବଦା ଛୋଟପିଲା, ଘରେ ଥିବା ପଶୁ ପକ୍ଷୀଙ୍କୁ ଟ୍ରେଡମିଲ୍‌ରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି । ଆୟୋଗ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ଏକ ବାଳକ ଟ୍ରେଡ୍‌ମିଲ୍‌ରେ ଫସିଛି । ହେଲେ କେତେ ସମୟ ପରେ ସେ ଆପେଆପେ ବାହାରି ଯାଉଛି । କିନ୍ତୁ ଏହା ତା ଜୀବନକୁ ବିପଦରେ ପକାଇଥିବା ଆୟୋଗ ପକ୍ଷରୁ କୁହାଯାଇଛି । ତେବେ ଆୟୋଗର ଏହି ଚେତାବନୀକୁ କେତେକ ଲୋକ ସମାଲୋଚନା ମଧ୍ୟ କରିଛନ୍ତି । ସେମାନେ କହିଛନ୍ତି କି ଯଦି ସତକର୍ତାର ସହ ଏହାକୁ ବ୍ୟବହାର କରାଯାଏ ତେବେ କିଛି ଅସୁବିଧା ହେବ ନାହିଁ । ବୁଦ୍ଧିମତାର ପରିଚୟ ଏହା ଯେ ଟ୍ରେଡ୍‌ମିଲ୍‌ ଠାରୁ ନିଜ ପିଲାଙ୍କୁ ଦୂରେଇ ରଖିବା ।