ରଥଯାତ୍ରାରେ VIP ଙ୍କୁ ରୋକ ,ଶୃଙ୍ଖଳିତ ହେବ ରଥଯାତ୍ରା

ପୁରୀ : ଚଳିତ ବର୍ଷ ଶ୍ରୀଜୀଉଙ୍କ ରଥଯାତ୍ରାରେ ଭିଆଇପିଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ ଲାଗିଲା ରୋକ୍ I ଶୃଙ୍ଖଳିତ ବ୍ୟବସ୍ଥା ନେଇ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି I ରଥଯାତ୍ରା ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ପୁରୀ ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା କଡ଼ାକଡ଼ି କରାଯାଇଛି । ତେଣୁ ସେହି ଦିନ ମନ୍ଦିରରେ ଭିଆଇପିଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଚୂଡାନ୍ତ ସମୀକ୍ଷା ବୈଠକ କରିବେ I ଏନେଇ ଆଇନ୍ ମନ୍ତ୍ରୀ […]

ରଥଯାତ୍ରାରେ VIP  ଙ୍କୁ ରୋକ ,ଶୃଙ୍ଖଳିତ ହେବ ରଥଯାତ୍ରା
ରଥଯାତ୍ରାରେ VIP ଙ୍କୁ ରୋକ ,ଶୃଙ୍ଖଳିତ ହେବ ରଥଯାତ୍ରା

ପୁରୀ : ଚଳିତ ବର୍ଷ ଶ୍ରୀଜୀଉଙ୍କ ରଥଯାତ୍ରାରେ ଭିଆଇପିଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ ଲାଗିଲା ରୋକ୍ I ଶୃଙ୍ଖଳିତ ବ୍ୟବସ୍ଥା ନେଇ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି I ରଥଯାତ୍ରା ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ପୁରୀ ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା କଡ଼ାକଡ଼ି କରାଯାଇଛି । ତେଣୁ ସେହି ଦିନ ମନ୍ଦିରରେ ଭିଆଇପିଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଚୂଡାନ୍ତ ସମୀକ୍ଷା ବୈଠକ କରିବେ I ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ପୁରୀ ପ୍ରଶାସନ ଏବଂ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ରଥଯାତ୍ରା ପ୍ରସ୍ତୁତି ପାଇଁ ବ୍ୟସ୍ତ । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରଥଯାତ୍ରା ସମୟରେ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ।

ସୂଚନାନୁସାରେ,ଚଳିତ ମାସ ୬ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସୁଛନ୍ତି I ଏହି ଅବସରରେ ସେ ୭ ତାରିଖରେ ପୁରୀ ରଥଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତନେଇ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା I ରାଷ୍ଟ୍ରପରିଙ୍କ ସହିତ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ଆସୁଥିବାରୁ ଗୃହ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସେ ଅନୁଧ୍ୟାନ କରିବେ I