ନାତି ପ୍ରଜ୍ୱଳଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଲେ ଦେବଗୌଡା
ବେଙ୍ଗାଲୁରୁ, ୨୪।୫:ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ଧର୍ମ ନିରପେକ୍ଷ(ଜେଡିଏସ୍) ସୁପ୍ରିମୋ ଏଚ୍. ଡି. ଦେବେଗୌଡ଼ା ଗୁରୁବାର ନିଜ ନାତି ତଥା ହାସନ୍ ଏମ୍ପି ପ୍ରଜ୍ୱଳ ରେଭନ୍ନାଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଇଛନ୍ତି। କର୍ନାଟକ ସେକ୍ସ ସ୍କାଣ୍ଡାଲ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ୱଳଙ୍କୁ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ସହ ଆଇନକୁ ସାମ୍ନା କରିବାକୁ ଦେବେଗୌଡ଼ା ପରାମର୍ଶ ଦେଇଛନ୍ତି। ଯଦି ପ୍ରଜ୍ୱଳ ଏପରି ନ କରନ୍ତି, ତେବେ ପରିବାର ତାଙ୍କୁ କେବେ କ୍ଷମା ଦେବ ନାହିଁ […] The post ନାତି ପ୍ରଜ୍ୱଳଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଲେ ଦେବଗୌଡା appeared first on Dharitri Odia News.
ବେଙ୍ଗାଲୁରୁ, ୨୪।୫:ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ଧର୍ମ ନିରପେକ୍ଷ(ଜେଡିଏସ୍) ସୁପ୍ରିମୋ ଏଚ୍. ଡି. ଦେବେଗୌଡ଼ା ଗୁରୁବାର ନିଜ ନାତି ତଥା ହାସନ୍ ଏମ୍ପି ପ୍ରଜ୍ୱଳ ରେଭନ୍ନାଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଇଛନ୍ତି। କର୍ନାଟକ ସେକ୍ସ ସ୍କାଣ୍ଡାଲ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ୱଳଙ୍କୁ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ସହ ଆଇନକୁ ସାମ୍ନା କରିବାକୁ ଦେବେଗୌଡ଼ା ପରାମର୍ଶ ଦେଇଛନ୍ତି। ଯଦି ପ୍ରଜ୍ୱଳ ଏପରି ନ କରନ୍ତି, ତେବେ ପରିବାର ତାଙ୍କୁ କେବେ କ୍ଷମା ଦେବ ନାହିଁ ବୋଲି ଦେବେଗୌଡ଼ା ଏକ୍ସ’ ରେ ପୋଷ୍ଟ କରିଛନ୍ତି। ଏହାସହ ଦେବେଗୌଡ଼ା କହିଛନ୍ତି, ଯଦି ପ୍ରଜ୍ୱଳଙ୍କର ମୋ ପାଇଁ କୌଣସି ମଧ୍ୟ ସମ୍ମାନ ବାକି ଥିବ ତେବେ ସେ ତୁରନ୍ତ ଭାରତ ଫେରିବେ। ଅନ୍ୟପକ୍ଷରେ ଗୁରୁବାର କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଉଥରେ ପ୍ରଜ୍ୱଳଙ୍କ କୂଟନୈତିକ ପାସ୍ପୋର୍ଟକୁ ରଦ୍ଦ କରିବା ପାଇଁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।
The post ନାତି ପ୍ରଜ୍ୱଳଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଲେ ଦେବଗୌଡା appeared first on Dharitri Odia News.