ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, କମିଲା ଗ୍ୟାସ ଦର

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାମାନଙ୍କୁ ବଡ ଉପହାର ଦେଇଛନ୍ତି। ଏହି ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ସରକାର ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟୁଇଟର) ରେ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହିଳା ଦିବସ ଅବସରରେ ଆମେ […] The post ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, କମିଲା ଗ୍ୟାସ ଦର appeared first on Dharitri Odia News.

ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, କମିଲା ଗ୍ୟାସ ଦର

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାମାନଙ୍କୁ ବଡ ଉପହାର ଦେଇଛନ୍ତି। ଏହି ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ସରକାର ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟୁଇଟର) ରେ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହିଳା ଦିବସ ଅବସରରେ ଆମେ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ଟଙ୍କା ରିହାତି ନେଇ ଏକ ବଡ ନିଷ୍ପତ୍ତି ନେଇଛୁ। ଏହା କେବଳ ମହିଳା ଶକ୍ତିଙ୍କ ଜୀବନକୁ ସହଜ କରିବ ନାହିଁ ବରଂ କୋଟି କୋଟି ପରିବାରର ଆର୍ଥିକ ବୋଝ ମଧ୍ୟ ହ୍ରାସ କରିବ। ଏହି ପଦକ୍ଷେପ ପରିବେଶ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ବାସ୍ଥ୍ୟରେ ଉନ୍ନତି ଆଣିବ।

The post ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, କମିଲା ଗ୍ୟାସ ଦର appeared first on Dharitri Odia News.