୩ ଦିନରେ ୪ଡିଗ୍ରୀ ବଢ଼ିବ ତାତି
ଭୁବନେଶ୍ୱର,୭ା୨(ଅନୁରାଧା ମହାରଣା):ରାଜ୍ୟରେ ଖରା ଓ ଗୁଳୁଗୁଳି ଜାରି ରହିଥିବାବେଳେ ଗୁରୁବାର ୪ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ରେକର୍ଡ କରାଯାଉଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.ଋ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୬ ଡିଗ୍ରୀ ରହିଥିଲା। ତେବେ ଶୁକ୍ରବାରଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଆସନ୍ତା ୩ ଦିନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର […] The post ୩ ଦିନରେ ୪ଡିଗ୍ରୀ ବଢ଼ିବ ତାତି appeared first on Dharitri Odia News.
ଭୁବନେଶ୍ୱର,୭ା୨(ଅନୁରାଧା ମହାରଣା):ରାଜ୍ୟରେ ଖରା ଓ ଗୁଳୁଗୁଳି ଜାରି ରହିଥିବାବେଳେ ଗୁରୁବାର ୪ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ରେକର୍ଡ କରାଯାଉଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.ଋ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୬ ଡିଗ୍ରୀ ରହିଥିଲା। ତେବେ ଶୁକ୍ରବାରଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଆସନ୍ତା ୩ ଦିନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଲଗାତର ଭାବେ ଗତ ୧୮ଦିନ ଧରି ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହୁଥିବାରୁ ଉପକୂଳ ଓଡ଼ିଶାରେ କ୍ରମାଗତ ଭାବେ ଘନ କୁହୁଡି ଦୃଶ୍ୟମାନ ହେଉଛି। ଆସନ୍ତା ୨ଦିନ ମଧ୍ୟ ବିଭିନ୍ନ ଜିଲାରେ କୁହୁଡ଼ିର ସମ୍ଭାବନା ରହିଛି । ଘନ କୁହୁଡ଼ି ପାଇଁ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
The post ୩ ଦିନରେ ୪ଡିଗ୍ରୀ ବଢ଼ିବ ତାତି appeared first on Dharitri Odia News.