ପିସିଙ୍କ ସ୍ବାମୀ ନିକ୍ଙ୍କ ଜୀବନ ପ୍ରତି ବିପଦ! କନସର୍ଟ ଅଧାରୁ ଷ୍ଟେଜ୍ ଛାଡ଼ି ଦୌଡ଼ିଲେ…
ଲଣ୍ଡନ: ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ପପ୍ଷ୍ଟାର ନିକ୍ ଜୋନାସଙ୍କ ଜୀବନ ପ୍ରତି ବିପଦ। ନିକଟରେ ‘ଜୋନାସ୍ ବ୍ରଦର୍ସ’ଙ୍କର ଏକ କନ୍ସର୍ଟ ସମୟରେ ସେଭଳି କିଛି ଘଟଣା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ଏହାର ଭିଡିଓ ଭାଇରାଲ ହେଉଛି। ମଙ୍ଗଳବାର ପରାଗ୍ବେରେ କନସର୍ଟ ସମୟରେ ନିକ୍ଙ୍କ ଉପରେ ଏକ ଲେଜର୍ ଲାଇଟ୍ ପଡ଼ିଥିଲା। ଏହାକୁ ସେ ଲକ୍ଷ୍ୟ କରିବା ପରେ ନିଜର ସୁରକ୍ଷାକର୍ମୀଙ୍କୁ ଇଙ୍ଗୀତ କରିଥିଲେ। କେବଳ ସେତିକି ନୁହେଁ ଷ୍ଟେଜ୍ରୁ ଦୌଡ଼ି ପଳାଇଥିଲେ। […] The post ପିସିଙ୍କ ସ୍ବାମୀ ନିକ୍ଙ୍କ ଜୀବନ ପ୍ରତି ବିପଦ! କନସର୍ଟ ଅଧାରୁ ଷ୍ଟେଜ୍ ଛାଡ଼ି ଦୌଡ଼ିଲେ… appeared first on Dharitri Odia News.
ଲଣ୍ଡନ: ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ପପ୍ଷ୍ଟାର ନିକ୍ ଜୋନାସଙ୍କ ଜୀବନ ପ୍ରତି ବିପଦ। ନିକଟରେ ‘ଜୋନାସ୍ ବ୍ରଦର୍ସ’ଙ୍କର ଏକ କନ୍ସର୍ଟ ସମୟରେ ସେଭଳି କିଛି ଘଟଣା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ଏହାର ଭିଡିଓ ଭାଇରାଲ ହେଉଛି।
ମଙ୍ଗଳବାର ପରାଗ୍ବେରେ କନସର୍ଟ ସମୟରେ ନିକ୍ଙ୍କ ଉପରେ ଏକ ଲେଜର୍ ଲାଇଟ୍ ପଡ଼ିଥିଲା। ଏହାକୁ ସେ ଲକ୍ଷ୍ୟ କରିବା ପରେ ନିଜର ସୁରକ୍ଷାକର୍ମୀଙ୍କୁ ଇଙ୍ଗୀତ କରିଥିଲେ। କେବଳ ସେତିକି ନୁହେଁ ଷ୍ଟେଜ୍ରୁ ଦୌଡ଼ି ପଳାଇଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଭାଇରାଲ ଭିଡିଓରେ ନିକ୍ ‘ଟାଇମ୍ ଆଉଟ୍’ ବୋଲି ଇଙ୍ଗୀତ କରି ଷ୍ଟେଜ୍ରୁ ଦୌଡ଼ି ପଳାଇଥିଲେ। ‘ଜୋନାସ୍ ବ୍ରଦର୍ସ’ଙ୍କୁ କିଛି ସମୟ ପାଇଁ ଶୋ’ ରୋକିବାକୁ ପଡ଼ିଥିଲା। କାରଣ ଦର୍ଶକ ଗ୍ୟାଲେରିରୁ କେହି ଲେଜର୍ ପକାଇ ଟାର୍ଗେଟ କରିଥିଲେ। ସେହି ବ୍ୟକ୍ତି ଧରାପଡ଼ିବା ପରେ ଶୋ’ ପୂର୍ବବତ୍ ଚାଲିଥିଲା। ସମସ୍ତେ ସୁରକ୍ଷିତ ରହିଥିଲେ ହେଁ ବଲିଉଡ୍ ଭଳି ହଲିଉଡ଼ରେ ମଧ୍ୟ କଳାକାରଙ୍କ ଜୀବନ ବିପଦରେ ବୋଲି ଅନେକେ ପ୍ରତିକ୍ରିୟା ରଖୁଛନ୍ତି।
ଅପରପକ୍ଷେ ଘଟଣା ସମ୍ପର୍କରେ ନିକ୍ କିମ୍ବା ତାଙ୍କ ଭାଇମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିିଁ। ରବିବାର ପ୍ୟାରିସରେ ତାଙ୍କ ଶେଷ ଶୋ’ ରହିଥିଲା। ଏବେ ଏଭଳି ଘଟଣା ଘଟିବା ଯୋଗୁ ପିସିଙ୍କ ପ୍ରଶଂସକ ମଧ୍ୟ ଚିନ୍ତାରେ ରହୁଛନ୍ତି। ଏଥିସହ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।
ଭିଡିଓ:
The post ପିସିଙ୍କ ସ୍ବାମୀ ନିକ୍ଙ୍କ ଜୀବନ ପ୍ରତି ବିପଦ! କନସର୍ଟ ଅଧାରୁ ଷ୍ଟେଜ୍ ଛାଡ଼ି ଦୌଡ଼ିଲେ… appeared first on Dharitri Odia News.