ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ନୂଆବର୍ଷରେ ନୂଆ ପିସିସି ସଭାପତି ଚୟନ ହେବ ବୋଲି ମୋକିମ ପ୍ରକାଶ କରିଛନ୍ତି। କୋରାପୁଟରୁ ପୁରୀ ପର୍ଯ୍ୟନ୍ତ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ ସେ ପିସିସିର ମଙ୍ଗ ଧରିବେ ବୋଲି ମୋକିମ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସଭାପତି ଚୟନ ନେଇ ତାରାଙ୍କ ମନ୍ତବ୍ୟକୁ ମୋକିମ […] The post ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ appeared first on Dharitri Odia News.

ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ନୂଆବର୍ଷରେ ନୂଆ ପିସିସି ସଭାପତି ଚୟନ ହେବ ବୋଲି ମୋକିମ ପ୍ରକାଶ କରିଛନ୍ତି।

କୋରାପୁଟରୁ ପୁରୀ ପର୍ଯ୍ୟନ୍ତ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ ସେ ପିସିସିର ମଙ୍ଗ ଧରିବେ ବୋଲି ମୋକିମ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସଭାପତି ଚୟନ ନେଇ ତାରାଙ୍କ ମନ୍ତବ୍ୟକୁ ମୋକିମ କଟାକ୍ଷ କରିଛନ୍ତି। ତାରା ବାବୁ ଜଣେ ଅଭିଜ୍ଞ ଓ ବରିଷ୍ଠ ବିଧାୟକ। ସେ ଦିଲ୍ଲୀ ଯାଆନ୍ତି, ଜାଣିଥିବେ କାହାର କାଟ୍‌ତି କାମ କରେ। ବିଧାୟକ ତାରା ପୂର୍ବରୁ ପିସିସି ସଭାପତି ଚୟନକୁ ନେଇ କିଛି ନେତା ଦିଲ୍ଲୀରେ ଲବି କରୁଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

The post ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ appeared first on Dharitri Odia News.