ଏମ୍ସରେ ଅଗ୍ନିକାଣ୍ଡ, ପହଞ୍ଚିଲା ୭ ଦମକଳ ଗାଡ଼ି…
ନୂଆଦିଲ୍ଲୀ,୪।୧ : ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇବା ପରେ ୭ ଟି ଦମକଳ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଭୋର ପ୍ରାୟ ୫ଟା ୫୮ ସମୟରେ ଏମ୍ସ ହସ୍ପିଟାଲରୁ ନିଆଁ ସମ୍ପର୍କରେ ସେମାନେ ସୂଚନା ପାଇଥିଲେ। ଏହା ପରେ ୭ ଟି ଅଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଥିଲା। ନିର୍ଦ୍ଦେଶକ […] The post ଏମ୍ସରେ ଅଗ୍ନିକାଣ୍ଡ, ପହଞ୍ଚିଲା ୭ ଦମକଳ ଗାଡ଼ି… appeared first on Dharitri Odia News.
ନୂଆଦିଲ୍ଲୀ,୪।୧ : ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇବା ପରେ ୭ ଟି ଦମକଳ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।
ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଭୋର ପ୍ରାୟ ୫ଟା ୫୮ ସମୟରେ ଏମ୍ସ ହସ୍ପିଟାଲରୁ ନିଆଁ ସମ୍ପର୍କରେ ସେମାନେ ସୂଚନା ପାଇଥିଲେ। ଏହା ପରେ ୭ ଟି ଅଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଥିଲା। ନିର୍ଦ୍ଦେଶକ ବିଲଡିଂର ଦ୍ୱିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି।
ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ ରେକର୍ଡ, ଆସବାବପତ୍ର ଏବଂ ରେଫ୍ରିଜରେଟରରେ ଆଦି ରହିଛି।
ଅଗ୍ନିଶମ ବିଭାଗ କହିଛି ଏହି ଅଗ୍ନିକାଣ୍ଡରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି। କୁହାଯାଉଛି କେବଳ କିଛି ଦ୍ରବ୍ୟ ନଷ୍ଟ ହୋଇଯାଇଛି।
The post ଏମ୍ସରେ ଅଗ୍ନିକାଣ୍ଡ, ପହଞ୍ଚିଲା ୭ ଦମକଳ ଗାଡ଼ି… appeared first on Dharitri Odia News.