ପୀୟୂଷଙ୍କୁ ବ୍ୟାନ୍‌  କରାଯାଇନି : ଯାତ୍ରା ପାର୍ଟି ମାଲିକ

ଭୁବନେଶ୍ୱର,୧୧।୪: ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀ ୧ କୋଟି ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି। ସେ ସୂର୍ଯ୍ୟ ମନ୍ଦିରକୁ ୬୦ ଲକ୍ଷ, ସିଂହବାହିନୀକୁ ୫୫ ଲକ୍ଷ ଟଙ୍କା ଫେରାଇଛନ୍ତି। ପୀୟୂଷ ଟଙ୍କା ଫେରସ୍ତ କରିଥିବା ସ୍ପଷ୍ଟ କଲେ ଯାତ୍ରାପାର୍ଟି ମାଲିକ। ପୀୟୂଷଙ୍କୁ ବ୍ୟାନ କରାଯାଇନି, ପାରିବାରିକ ସମସ୍ୟାରୁ ବର୍ଷେ ବିଶ୍ରାମ ନେବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ, ସତ୍ୟନଗରର ଏକ ହୋଟେଲରୁ ବାହାରି  ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ ତାଙ୍କ  ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି, […] The post ପୀୟୂଷଙ୍କୁ ବ୍ୟାନ୍‌  କରାଯାଇନି : ଯାତ୍ରା ପାର୍ଟି ମାଲିକ appeared first on Dharitri Odia News.

ପୀୟୂଷଙ୍କୁ ବ୍ୟାନ୍‌  କରାଯାଇନି : ଯାତ୍ରା ପାର୍ଟି ମାଲିକ
ଭୁବନେଶ୍ୱର,୧୧।୪: ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀ ୧ କୋଟି ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି। ସେ ସୂର୍ଯ୍ୟ ମନ୍ଦିରକୁ ୬୦ ଲକ୍ଷ, ସିଂହବାହିନୀକୁ ୫୫ ଲକ୍ଷ ଟଙ୍କା ଫେରାଇଛନ୍ତି। ପୀୟୂଷ ଟଙ୍କା ଫେରସ୍ତ କରିଥିବା ସ୍ପଷ୍ଟ କଲେ ଯାତ୍ରାପାର୍ଟି ମାଲିକ। ପୀୟୂଷଙ୍କୁ ବ୍ୟାନ କରାଯାଇନି, ପାରିବାରିକ ସମସ୍ୟାରୁ ବର୍ଷେ ବିଶ୍ରାମ ନେବେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ, ସତ୍ୟନଗରର ଏକ ହୋଟେଲରୁ ବାହାରି  ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ ତାଙ୍କ  ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି, ଟଙ୍କା ଫେରାଇଲି, ଗାଡ଼ି ଫେରାଇବି। ମାଲିକ ସଂଘ ଯାହା ନିଷ୍ପତି ନେବ ମାନି ନେବି। ଯାତ୍ରାରେ ସବୁ ବିବାଦ କିଭଳି ତୁଟିବ ସେ ନେଇ ଦାବି ରଖିବି।
ବିବାଦର ସମାଧାନ ହେଲେ ପ୍ରକୃତ ସତ ସାମ୍ନାକୁ ଆସିବ। ଯାତ୍ରା ଜଗତର ସବୁ ବିବାଦ ସମାଧାନ ହେବା ଦରକାର। ପ୍ରଶଂସକମାନେ ବିବାଦ ପାଇଁ ନିରାଶ ହୋଇଛନ୍ତି।
ପୀୟୂଷଙ୍କ ବିବାଦ ତୁଟାଇବା ପାଇଁ ସତ୍ୟନଗରର ଏକ ହୋଟେଲରେ ଯାତ୍ରା ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଦୁଇ ଦୁଇଟି ଯାତ୍ରା ମାଲିକଙ୍କ ଠାରୁ ଟଙ୍କା ନେଇ ବିବାଦୀୟ ହୋଇ ପଡ଼ିଥିବା ପୀୟୂଷ ଏକ ଟଙ୍କା ବ୍ୟାଗ ସହ ପହଞ୍ଚିଥିଲେ।

The post ପୀୟୂଷଙ୍କୁ ବ୍ୟାନ୍‌  କରାଯାଇନି : ଯାତ୍ରା ପାର୍ଟି ମାଲିକ appeared first on Dharitri Odia News.