ପୁଅ ପରେ ମାଆ ପାଳି: ଏସ୍ଆଇଟି ଜେରା ପାଇଁ ଆସିଲେନି ଭବାନୀ,ଯେ କୌଣସି ସମୟରେ ହୋଇପାରନ୍ତି ଗିରଫ
କର୍ଣ୍ଣାଟକ ୨/୬: କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ନୂଆ ମୋଡ । ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେଭନ୍ନାଙ୍କ ଗିରଫ ପରେ ଏବେ ମାଆ ଭବାନୀ ରେଭନ୍ନାଙ୍କୁ ଖୋଜୁଛି ଏସ୍ଆଇଟି । ଜଣେ ମହିଳାଙ୍କୁ ଅପହରଣ ଘଟଣାରେ ଭବାନୀଙ୍କୁ ପଚରାଉଚରା କରିବାକୁ ଚାହୁଁଛି ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ।ଏନେଇ ଶୁକ୍ରବାର ଭବାନୀଙ୍କ ହାସନ ସ୍ଥିତ ଘରେ ନୋଟିସ୍ ଲଗାଇଥିଲା SIT। ଶନିବାର ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏ ଘରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲା ଏସ୍ଆଇଟି । ହେଲେ ନୋଟିସ ପାଇବା ପରେ ଭବାନୀଙ୍କ ଦେଖା ମିଳିନଥିଲା। ପଚରାଉଚରା ପାଇଁ ଅପେକ୍ଷା କରିଥିବା ଏସ୍ଆଇଟିକୁ ନିରାଶ ହେବାକୁ ପଡିଛି । ପରେ ଓକିଲ ଜରିଆରେ ସ୍ବାସ୍ଥ୍ୟ କାରଣରୁ ହାଜର ହୋଇନଥିବା ଏସ୍ଆଇଟିକୁ ଜଣାଇଛନ୍ତି । ଏପଟେ ଭବାନୀ ସେସନ କୋର୍ଟରେ ଆବେଦନ କରିଥିବା ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଛି । ଏସ୍ଆଇଟି ଜେରାର ସମ୍ମୁଖୀନ ନହେବା ଭବାନୀଙ୍କୁ ଅଡୁଆ ପରିସ୍ଥିତିରେ ପକାଇପାରେ । ଯେକୌଣସି ମୁହୁର୍ତ୍ତରେ ଏସ୍ଆଇଟି ତାଙ୍କୁ ଗିରଫ କରିପାରେ ବୋଲି କୁହାଯାଉଛି ।
କର୍ଣ୍ଣାଟକ ୨/୬: କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ନୂଆ ମୋଡ । ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେଭନ୍ନାଙ୍କ ଗିରଫ ପରେ ଏବେ ମାଆ ଭବାନୀ ରେଭନ୍ନାଙ୍କୁ ଖୋଜୁଛି ଏସ୍ଆଇଟି । ଜଣେ ମହିଳାଙ୍କୁ ଅପହରଣ ଘଟଣାରେ ଭବାନୀଙ୍କୁ ପଚରାଉଚରା କରିବାକୁ ଚାହୁଁଛି ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ।
ଏନେଇ ଶୁକ୍ରବାର ଭବାନୀଙ୍କ ହାସନ ସ୍ଥିତ ଘରେ ନୋଟିସ୍ ଲଗାଇଥିଲା SIT। ଶନିବାର ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏ ଘରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲା ଏସ୍ଆଇଟି । ହେଲେ ନୋଟିସ ପାଇବା ପରେ ଭବାନୀଙ୍କ ଦେଖା ମିଳିନଥିଲା। ପଚରାଉଚରା ପାଇଁ ଅପେକ୍ଷା କରିଥିବା ଏସ୍ଆଇଟିକୁ ନିରାଶ ହେବାକୁ ପଡିଛି ।
ପରେ ଓକିଲ ଜରିଆରେ ସ୍ବାସ୍ଥ୍ୟ କାରଣରୁ ହାଜର ହୋଇନଥିବା ଏସ୍ଆଇଟିକୁ ଜଣାଇଛନ୍ତି । ଏପଟେ ଭବାନୀ ସେସନ କୋର୍ଟରେ ଆବେଦନ କରିଥିବା ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଛି । ଏସ୍ଆଇଟି ଜେରାର ସମ୍ମୁଖୀନ ନହେବା ଭବାନୀଙ୍କୁ ଅଡୁଆ ପରିସ୍ଥିତିରେ ପକାଇପାରେ । ଯେକୌଣସି ମୁହୁର୍ତ୍ତରେ ଏସ୍ଆଇଟି ତାଙ୍କୁ ଗିରଫ କରିପାରେ ବୋଲି କୁହାଯାଉଛି ।