ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ
ବିଶିଷ୍ଟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ବିବାହ ଜୁଲାଇ ୧୨ରେ ଜିଓ ୱାଲର୍ଡ କନଭେନସନ ସେଣ୍ଟରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜୁଲାଇ ୧୩ ସକାଳେ ରାଧିକା ସାନ ବୋହୂ ଭାବରେ ଆଣ୍ଟିଲିଆକୁ ଆସିଥିଲେ। ରାଧିକା ବିଦାୟୀ ସମୟରେ ଭାବପ୍ରବଣ ହୋଇଯାଇଲେ। ରାଧିକାଙ୍କୁ ଦେଖି ତାଙ୍କ ଶ୍ୱଶୁର ତଥା ବ୍ୟବସାୟୀ ମୁକେଶ ଅମ୍ବାନୀ ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ସେହି […] The post ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ appeared first on Dharitri Odia News.
ବିଶିଷ୍ଟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ବିବାହ ଜୁଲାଇ ୧୨ରେ ଜିଓ ୱାଲର୍ଡ କନଭେନସନ ସେଣ୍ଟରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜୁଲାଇ ୧୩ ସକାଳେ ରାଧିକା ସାନ ବୋହୂ ଭାବରେ ଆଣ୍ଟିଲିଆକୁ ଆସିଥିଲେ। ରାଧିକା ବିଦାୟୀ ସମୟରେ ଭାବପ୍ରବଣ ହୋଇଯାଇଲେ। ରାଧିକାଙ୍କୁ ଦେଖି ତାଙ୍କ ଶ୍ୱଶୁର ତଥା ବ୍ୟବସାୟୀ ମୁକେଶ ଅମ୍ବାନୀ ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ସେହି ସମୟରେ ମୁକେଶ ଅମ୍ବାନୀଙ୍କ ଆଖିରୁ ଲୁହ ଝରିଯାଇଥିଲା।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଏବଂ ରିସେପ୍ସନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ଏକ ଭିଡିଓ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାକୁ ଅମ୍ବାନୀ ଫ୍ୟାନପେଜରୁ ଶେୟାର କରାଯାଇଛି। ଭିଡିଓରେ ରାଧିକାଙ୍କ ପରିବାର ସଦସ୍ୟ ତାଙ୍କୁ ବିଦାୟ ଦେବା ସମୟରେ ବହୁତ ଭାବପ୍ରବଣ ହୋଇଥିଲେ। ରାଧିକାଙ୍କ ଆଖିରେ ମଧ୍ୟ ଲୁହ ଝରିଥିଲା ଆହୁରି ମଧ୍ୟ ସେଠାରେ ଠିଆ ହୋଇଥିବା ମୁକେଶ ଅମ୍ବାନୀ ମଧ୍ୟ ଭାବପ୍ରବଣ ଦେଖାଯାଉଥିଲେ। ଭିଡିଓରେ ସେ ଲୁହ ପୋଛୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ପରେ ମୁକେଶ ଅମ୍ବାନୀଙ୍କୁ ୟୁଜର୍ସ ପ୍ରଶଂସା କରୁଛନ୍ତି।
ରାଧିକା ବ୍ୟବସାୟୀ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ। ଦୁଇ ପରିବାର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି। ଅନନ୍ତଙ୍କ ସହିତ ବିବାହ ପୂର୍ବରୁ ମଧ୍ୟ ମୁକେଶ ଅମ୍ବାନୀ ରାଧିକାଙ୍କୁ ଦେଖିଛନ୍ତି। ରାଧିକା ସେମାନଙ୍କ ଘରର ସାନ ବୋହୂ ଭାବରେ ଆସିଥିବାରୁ ସମଗ୍ର ପରିବାର ତାଙ୍କୁ ଜୋରଦାର ସ୍ବାଗତ କରିଛନ୍ତି।
The post ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ appeared first on Dharitri Odia News.