ପୁଅକୁ ମାରିବାକୁ ଆସିଥିଲେ ୩ ଜଣ, ବଞ୍ଚାଇ ଦେଲା ମା’: ଦେଖନ୍ତୁ ଭିଡିଓ
ଦିନ ଦ୍ୱିପ୍ରହରରେ ୩ ଜଣ ଯୁବକ ଖଣ୍ଡା ଦ୍ୱାରା ପୁଅକୁ ଆକ୍ରମଣ କରିବାକୁ ଚାହୁଁଥିଲେ।
ମା’ର ସାହାସ ଓ ସତର୍କତା ଯୋଗୁ ବଞ୍ଚି ଯାଇଛି ଭେଣ୍ଡିଆ ପୁଅର ଜୀବନ। ଦିନ ଦ୍ୱିପ୍ରହରରେ ୩ ଜଣ ଯୁବକ ଖଣ୍ଡା ଦ୍ୱାରା ପୁଅକୁ ଆକ୍ରମଣ କରିବାକୁ ଚାହୁଁଥିଲେ ହେଁ ମା’ର ତ୍ୱରିତ ପଦକ୍ଷେପ ଯୋଗୁ କୌଣସି ଅଘଟଣ ଘଟିନାହିଁ। ରବିବାର ଦିନ ୧.୩୦ରେ କୋଲହାପୁରର ଜୟସିଂପୁର ଠାରେ ଘଟିଥିବା ଏପରି ଏକ ଘଟଣା ସିସିଟିଭିରେ କଏଦ ହୋଇଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବକ ରାସ୍ତା କଡ଼ରେ ନିଜ ସ୍କୁଟିରେ ବସି ମା’ଙ୍କ ସହ କଥା ହେଉଛନ୍ତି। ଏହି ସମୟରେ ୩ ଜଣ ଯୁବକ ଆଉ ଗୋଟିଏ ସ୍କୁଟିରେ ଆସି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ୩ ଜଣଙ୍କ ମଧ୍ୟରେ ଜଣେ ଗୋଟିଏ ଖଣ୍ଡା କାଢ଼ି ମା’ଙ୍କ ସହ କଥା ହେଉଥିବା ଯୁବକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।
ତେବେ ସେ ସାଇଡ ହୋଇଯିବାରୁ ଖଣ୍ଡା ଚୋଟ ସିଟରେ ବାଜିଥିଲା। ପୁଅ ଉପରେ ଆକ୍ରମଣ ହେଉଥିବା ଦେଖି ମା’ ଜଣ ସାମ୍ନାକୁ ଚାଲି ଆସିଥିଲେ। ସେ ତୁରନ୍ତ ରାସ୍ତାରେ ପଡ଼ିଥିବା ପଥର ଖଣ୍ଡ ଗୋଟାଇ ଆକ୍ରମଣକାରୀଙ୍କୁ ଫିଙ୍ଗି ଥିଲେ। ତାଙ୍କ ପୁଅ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ। ଏହା ଦେଖି ଆକ୍ରମଣ କରିବାକୁ ଆସିଥିବା ଯୁବକମାନେ ଭୟରେ ସେଠାରୁ ଚମ୍ପଟ ମାରିଥିଲେ।
Maharashtra: Mother's Brave Response Caught on Video After Son Is Attacked with Sword #Kolhapur #Maharashtra
https://t.co/J1upn56tHP pic.twitter.com/eGbZOcmkQd— Pune Pulse (@pulse_pune) August 19, 2024
ପୁଲିସ୍ ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରିଛି। ପୁଲିସର କହିବା କଥା ଯେ ଅଭିଯୁକ୍ତମାନଙ୍କ ସହ ଉକ୍ତ ଯୁବକଙ୍କର କିଛି ଦିନ ତଳେ ପାଟିତୁଣ୍ଡ ହୋଇଥିଲା। ଏହାର ବଦଲା ନେବାକୁ ସେମାନେ ଆକ୍ରମଣ କରିବାକୁ ଆସିଥିଲେ।