ପୁଅକୁ ସ୍ବପ୍ନରେ ଡାକିଲେ ନିଜ ମା’, ଆଉ ତା’ପରେ ଏମିତି ପଦକ୍ଷେପ ନେଲେ ମେଧାବୀ ଛାତ୍ର

ସୋଲାପୁର,୨୬ା୭:ମହାରାଷ୍ଟ୍ରର ସୋଲାପୁରରେ ଜଣେ ୧୬ ବର୍ଷୀୟ ମେଧାବୀ ଛାତ୍ର ମା’ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଛନ୍ତି। ଶିବଶରନ ଉଟାଲି ତାଲକୋଟିଙ୍କ ମାଆ ୩ ମାସ ପୂର୍ବେ ଜଣ୍ଡିସ୍‌ରେ ପ୍ରାଣ ହରାଇଥିଲେ। ଶିବଶରନ ଶୁକ୍ରବାର ତାଙ୍କ ମାମୁଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ସୁଇସାଇଡ୍‌ ନୋଟ୍‌ରେ ସେ ଲେଖିଛନ୍ତି, ପୂର୍ବଦିନ ମା’ ତାଙ୍କୁ ସ୍ବପ୍ନରେ ଦେଖାଦେବା ସହ ପାଖକୁ ଆସିବା ପାଇଁ କହିଥିଲେ। ସେଥିପାଇଁ ମୁଁ ମରିବା ପାଇଁ ନିଷ୍ପତ୍ତି ନେଲି ବୋଲି ଶିବଶରନ […] The post ପୁଅକୁ ସ୍ବପ୍ନରେ ଡାକିଲେ ନିଜ ମା’, ଆଉ ତା’ପରେ ଏମିତି ପଦକ୍ଷେପ ନେଲେ ମେଧାବୀ ଛାତ୍ର appeared first on Dharitri Odia News.

ପୁଅକୁ ସ୍ବପ୍ନରେ ଡାକିଲେ ନିଜ ମା’, ଆଉ ତା’ପରେ ଏମିତି ପଦକ୍ଷେପ ନେଲେ ମେଧାବୀ ଛାତ୍ର

ସୋଲାପୁର,୨୬ା୭:ମହାରାଷ୍ଟ୍ରର ସୋଲାପୁରରେ ଜଣେ ୧୬ ବର୍ଷୀୟ ମେଧାବୀ ଛାତ୍ର ମା’ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଛନ୍ତି। ଶିବଶରନ ଉଟାଲି ତାଲକୋଟିଙ୍କ ମାଆ ୩ ମାସ ପୂର୍ବେ ଜଣ୍ଡିସ୍‌ରେ ପ୍ରାଣ ହରାଇଥିଲେ। ଶିବଶରନ ଶୁକ୍ରବାର ତାଙ୍କ ମାମୁଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ସୁଇସାଇଡ୍‌ ନୋଟ୍‌ରେ ସେ ଲେଖିଛନ୍ତି, ପୂର୍ବଦିନ ମା’ ତାଙ୍କୁ ସ୍ବପ୍ନରେ ଦେଖାଦେବା ସହ ପାଖକୁ ଆସିବା ପାଇଁ କହିଥିଲେ। ସେଥିପାଇଁ ମୁଁ ମରିବା ପାଇଁ ନିଷ୍ପତ୍ତି ନେଲି ବୋଲି ଶିବଶରନ ଲେଖିଛନ୍ତି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖିଥିତ୍ବା ଶିବଶରନ ଡାକ୍ତର ହେବାକୁ ଚାହୁଁଥିଲେ ଓ ଏନ୍‌ଇଇଟି ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିଲେ।

The post ପୁଅକୁ ସ୍ବପ୍ନରେ ଡାକିଲେ ନିଜ ମା’, ଆଉ ତା’ପରେ ଏମିତି ପଦକ୍ଷେପ ନେଲେ ମେଧାବୀ ଛାତ୍ର appeared first on Dharitri Odia News.