ପୁଅର ଚିକିତ୍ସା ପାଇଁ ଆଣିଥିବା ଅର୍ଥ ମୋ ବସ୍ରୁ ଚୋରି
ଭୁବନେଶ୍ୱର,୨୭।୫ (ସୂର୍ଯ୍ୟକାନ୍ତ ବେହେରା): ପୁଅର ଚିକିତ୍ସା ପାଇଁ ବହୁ କଷ୍ଟରେ ଟଙ୍କା ସଂଗ୍ରହ କରି ଆଣିଥିଲେ ବାପା। ଗଞ୍ଜାମରୁ ଆସି ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ହେଲେ ମୋ ବସ୍ରେ ହସ୍ପିଟାଲକୁ ଯାଉଥିବାବେଳେ ସବୁ ଟଙ୍କା ଚୋରି ହୋଇଗଲା। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଚୋରିର ଶିକାର ହୋଇଥିବା ଗଞ୍ଜାମ ହିଞ୍ଜିଳିକାଟୁର ବୃନ୍ଦାବନ ସାହୁ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ସେ ନୟାପଲ୍ଲୀରୁ ୧୯ ନମ୍ବର ମୋ ବସ୍ରେ ଏମ୍ସକୁ ଯାଉଥିବାବେଳେ ବସ୍ ଭିତରେ ଲୁଟେରାଦଳ ତାଙ୍କୁ […] The post ପୁଅର ଚିକିତ୍ସା ପାଇଁ ଆଣିଥିବା ଅର୍ଥ ମୋ ବସ୍ରୁ ଚୋରି appeared first on Dharitri Odia News.
ଭୁବନେଶ୍ୱର,୨୭।୫ (ସୂର୍ଯ୍ୟକାନ୍ତ ବେହେରା): ପୁଅର ଚିକିତ୍ସା ପାଇଁ ବହୁ କଷ୍ଟରେ ଟଙ୍କା ସଂଗ୍ରହ କରି ଆଣିଥିଲେ ବାପା। ଗଞ୍ଜାମରୁ ଆସି ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ହେଲେ ମୋ ବସ୍ରେ ହସ୍ପିଟାଲକୁ ଯାଉଥିବାବେଳେ ସବୁ ଟଙ୍କା ଚୋରି ହୋଇଗଲା। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଚୋରିର ଶିକାର ହୋଇଥିବା ଗଞ୍ଜାମ ହିଞ୍ଜିଳିକାଟୁର ବୃନ୍ଦାବନ ସାହୁ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ସେ ନୟାପଲ୍ଲୀରୁ ୧୯ ନମ୍ବର ମୋ ବସ୍ରେ ଏମ୍ସକୁ ଯାଉଥିବାବେଳେ ବସ୍ ଭିତରେ ଲୁଟେରାଦଳ ତାଙ୍କୁ ଘେରି ଯାଇ କୌଶଳକ୍ରମେ ୫୭ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବୃନ୍ଦାବନଙ୍କ କହିବାନୁସାରେ, ପୁଅ ଏମ୍ସର ନ୍ୟୁରୋଲୋଜି ବିଭାଗରେ ଚିକିତ୍ସା ହେଉଛନ୍ତି। ପୁଅର ଚିକିତ୍ସା ପାଇଁ ଘରୁ ଟଙ୍କା ନେଇ ଆସି ସମ୍ପର୍କୀୟଙ୍କ ଘରେ ରହିଥିଲେ। ରବିବାର ସକାଳ ସାଢେ ୯ଟାରେ ସେ ନୟାପଲ୍ଲୀ ଡିଏଭି ସ୍କୁଲ ନିକଟ ବସ୍ଷ୍ଟାଣ୍ଡ୍ରୁ ମୋ ବସ୍ରେ ଚଢିଥିଲେ। ଏମ୍ସ ଗେଟ ଆଗରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ବସ୍ ଡ୍ରାଇଭର ଓ ହେଲପରଙ୍କୁ ଜଣାଇବା ସହ ସିସିଟିଭି ଦେଖିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ନିରାଶ ହେବା ପରେ ବୃନ୍ଦାବନ ଖଣ୍ଡଗିରି ଥାନାରେ ପହଞ୍ଚତ୍ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ। ତେବେ ଟଙ୍କା ଚୋରି ହୋଇଯାଇଥିବାରୁ ପୁଅର ଚିକିତ୍ସାକୁ ନେଇ ବାପା ବୃନ୍ଦାବନ ଚିନ୍ତାରେ ପଡିଛନ୍ତି।
ସୂଚନାଯୋଗ୍ୟ, ମାସକ ମଧ୍ୟରେ ମୋ ବସ୍ ଓ ଷ୍ଟାଣ୍ଡ୍ରୁ ଗହଳିର ସୁଯୋଗନେଇ ଚୋରି ବଢ଼ୁଛି। ନିକଟରେ କମିଶନରେଟ ପୋଲିସ ପଶ୍ଚିମବଙ୍ଗର ମହିଳା ଗ୍ୟାଙ୍ଗ ଓ ଅନ୍ୟ ଏକ ପୁରୁଷ ଗ୍ୟାଙ୍ଗକୁ ଧରିଥିଲା। ଏହାପରେ ବି ମୋ ବସ୍ରୁ ଚୋରି ଜାରି ରହିଥିବାରୁ ଏଥିରେ ଆହୁରି ଏକାଧିକ ଗ୍ୟାଙ୍ଗ୍ ସମ୍ପୃକ୍ତ ଥିବାରୁ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଚୋରି ରୋକିବାକୁ ଯାତ୍ରୀମାନେ ଦାବି କରୁଛନ୍ତି।
The post ପୁଅର ଚିକିତ୍ସା ପାଇଁ ଆଣିଥିବା ଅର୍ଥ ମୋ ବସ୍ରୁ ଚୋରି appeared first on Dharitri Odia News.