ପୁଅର ଶତକ ଦେଖି ଖୁସିରେ ଝୁମିଲେ ବାପା
ଧର୍ମଶାଳା,୮।୩: ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଶୁଭମନ ଗିଲ ଶତକ ହାସଲ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ୧୦ଟି ଚୌକା ଓ ୫ ଛକା ସହାୟତାରେ ୧୩୭ ବଲରେ ନିଜର ଶତକ ପୂରଣ କରିଥିଲେ। ଗୋଟିଏ ପଟେ ଇଂଲଣ୍ଡ ଦଳ ଗିଲଙ୍କ ଶତାବ୍ଦୀରେ ଦୁଃଖୀ ଦେଖାଯାଉଥିବା ବେଳେ ଅନ୍ୟ ପଟେ ତାଙ୍କ ବାପା ଖୁସିରେ ଝୁମି ଉଠୁଥିଲେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଦେଖିବା ପାଇଁ ଗିଲଙ୍କ ବାପା ଧର୍ମଶାଳାରେ ପହଞ୍ଚିଥିଲେ। ଏଠାରେ […] The post ପୁଅର ଶତକ ଦେଖି ଖୁସିରେ ଝୁମିଲେ ବାପା appeared first on Dharitri Odia News.
ଧର୍ମଶାଳା,୮।୩: ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଶୁଭମନ ଗିଲ ଶତକ ହାସଲ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ୧୦ଟି ଚୌକା ଓ ୫ ଛକା ସହାୟତାରେ ୧୩୭ ବଲରେ ନିଜର ଶତକ ପୂରଣ କରିଥିଲେ। ଗୋଟିଏ ପଟେ ଇଂଲଣ୍ଡ ଦଳ ଗିଲଙ୍କ ଶତାବ୍ଦୀରେ ଦୁଃଖୀ ଦେଖାଯାଉଥିବା ବେଳେ ଅନ୍ୟ ପଟେ ତାଙ୍କ ବାପା ଖୁସିରେ ଝୁମି ଉଠୁଥିଲେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଦେଖିବା ପାଇଁ ଗିଲଙ୍କ ବାପା ଧର୍ମଶାଳାରେ ପହଞ୍ଚିଥିଲେ।
ଏଠାରେ ଗିଲ ନିଜର ଶତକ ସମାପ୍ତ କରିବା ମାତ୍ରେ ଷ୍ଟାଣ୍ଡରେ ବସିଥିବା ତାଙ୍କ ବାପା ଠିଆ ହୋଇ ଖୁସିରେ ଦୁଇ ହାତକୁ ଉଠାଇଲେ। ସୋସିଆଲ ମିଡିଆରେ ଗିଲଙ୍କ ପିତାଙ୍କ ଏହି ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି। ଯେକୌଣସି ପିତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ।
ଇଂଲଣ୍ଡ ବିପକ୍ଷରେ ଚାଲିଥିବା ସିରିଜରେ ଶୁବମାନ ଗିଲଙ୍କ ଏହା ଦ୍ୱିତୀୟ ଶତକ ଥିଲା। ଏହାପୂର୍ବରୁ ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଗିଲ ୧୦୪ ରନର ଇନିଂସ ଖେଳିଥିଲେ।
Shubman Gill's father celebration on Shubman's century.
![]()
– A proud day for him. pic.twitter.com/EhJs0EraUW
— Mufaddal Vohra (@mufaddal_vohra) March 8, 2024
The post ପୁଅର ଶତକ ଦେଖି ଖୁସିରେ ଝୁମିଲେ ବାପା appeared first on Dharitri Odia News.