ପୁଟିନଙ୍କ ସହ ଲଞ୍ଚ୍‌ କରିବେ ମୋଦି: ୨ ଦେଶ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ମସ୍କୋ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଯାଇ ୨୨ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ପାଇଁ ରୁଷିଆ ଗସ୍ତରେ ଯାଉଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି ମସ୍କୋ ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ରୁଷିଆ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ଦ୍ୱିପାକ୍ଷିକ କଥାବାର୍ତ୍ତାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ […] The post ପୁଟିନଙ୍କ ସହ ଲଞ୍ଚ୍‌ କରିବେ ମୋଦି: ୨ ଦେଶ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା appeared first on Dharitri Odia News.

ପୁଟିନଙ୍କ ସହ ଲଞ୍ଚ୍‌ କରିବେ ମୋଦି: ୨ ଦେଶ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ମସ୍କୋ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଯାଇ ୨୨ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ପାଇଁ ରୁଷିଆ ଗସ୍ତରେ ଯାଉଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି ମସ୍କୋ ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ରୁଷିଆ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।
ଦ୍ୱିପାକ୍ଷିକ କଥାବାର୍ତ୍ତାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ରୁଷିଆରେ ଥିବା ଭାରତର ରାଷ୍ଟ୍ରଦୂତ ବିନୟ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଏକ ବ୍ୟକ୍ତିଗତ ବୈଠକ ହେବ। ଏହା ସହିତ ପ୍ରତିନିଧି ସ୍ତରୀୟ ଆଲୋଚନା ହେବ। ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧୀଙ୍କ ପାଇଁ ଲଞ୍ଚ୍‌ ଆୟୋଜନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ଏକ ପ୍ରଦର୍ଶନୀ କେନ୍ଦ୍ର ପରିଦର୍ଶନ କରିବେ।
କରୋନା କାରଣରୁ ତିନି ବର୍ଷ ପରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ଉଭୟ ନେତା ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମସ୍କୋରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟିବେ।
କରୋନା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ରୁଷିଆ ଯାଉଛନ୍ତି। ସେ ଏହା ପୂର୍ବରୁ ୨୦୧୯ରେ ରୁଷିଆ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ନେତାଙ୍କ ମଧ୍ୟରେ ରୁଷିଆ -ୟୁକ୍ରେନ ବିବାଦ ଉପରେ ମଧ୍ୟ ଆଲୋଚନା ହୋଇପାରେ। ଭାରତ ଉଭୟ ଦେଶକୁ ଶାନ୍ତି ପାଇଁ ଅନେକ ଥର ନିବେଦନ କରିଛି।

The post ପୁଟିନଙ୍କ ସହ ଲଞ୍ଚ୍‌ କରିବେ ମୋଦି: ୨ ଦେଶ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା appeared first on Dharitri Odia News.