ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ ଏପ୍ରିଲରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଟିଫାନିଙ୍କ ସନ୍ତାନ ହେବ ଡୋନାଲ୍ଡ ଟ୍ରମ୍ପଙ୍କ ୧୧ତମ ନାତି କିମ୍ବା ନାତୁଣୀ। ଟିଫାନିଙ୍କୁ ନିକଟରେ ତାଙ୍କ ସ୍ବାମୀ ମାଇକେଲ ବୋଲୋସଙ୍କ ସହ ମିଆମିରେ ଛୁଟି କାଟୁଥିବାର ଦେଖାଯାଇଥିଲା। ଏହି ସମୟରେ ଟିଫାନି ଏକ ସୁନ୍ଦର ଚକୋଲେଟ ବ୍ରାଉନ ରଙ୍ଗର ମ୍ୟାକ୍ସି […] The post ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’ appeared first on Dharitri Odia News.

ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ ଏପ୍ରିଲରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଟିଫାନିଙ୍କ ସନ୍ତାନ ହେବ ଡୋନାଲ୍ଡ ଟ୍ରମ୍ପଙ୍କ ୧୧ତମ ନାତି କିମ୍ବା ନାତୁଣୀ।

ଟିଫାନିଙ୍କୁ ନିକଟରେ ତାଙ୍କ ସ୍ବାମୀ ମାଇକେଲ ବୋଲୋସଙ୍କ ସହ ମିଆମିରେ ଛୁଟି କାଟୁଥିବାର ଦେଖାଯାଇଥିଲା। ଏହି ସମୟରେ ଟିଫାନି ଏକ ସୁନ୍ଦର ଚକୋଲେଟ ବ୍ରାଉନ ରଙ୍ଗର ମ୍ୟାକ୍ସି ଡ୍ରେସ ପିନ୍ଧିଥିଲେ। ଏହା ସହିତ, ସେ ଏକ ଗୋଲାପୀ ରଙ୍ଗର ପର୍ସ, ମ୍ୟାଚିଂ ଚପଲ ପିନ୍ଧିଥିଲେ। ତାଙ୍କର ଗୋଲାପୀ ଆସେସୋରିଜ ଯୋଗୁ ଅନୁମାନ କରାଯାଉଛି ଯେ ତାଙ୍କ ଶିଶୁଟି ଝିଅ ହୋଇପାରେ।

ଟିଫାନି ଏବଂ ବୋଲୋସ ୨୦୨୪ ଅକ୍ଟୋବର ମାସରେ ସେମାନଙ୍କର ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ଟିଫାନି ଜାନୁଆରୀ ୨୦୨୪ରେ ତାଙ୍କ ପିତାଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ।

ଟିଫାନି ଆରିଆନା ଟ୍ରମ୍ପଙ୍କ ଜନ୍ମ ୧୯୯୩ ମସିହାରେ ହୋଇଥିଲା। ସେ ଆମେରିକାର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କ ଚତୁର୍ଥ ସନ୍ତାନ ଏବଂ ସାନ ଝିଅ। ଟିଫାନି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପତ୍ନୀ, ଅଭିନେତ୍ରୀ ମାର୍ଲା ମାପଲ୍ସଙ୍କ ସନ୍ତାନ। ସେ ଫ୍ଲୋରିଡାର ୱେଷ୍ଟ ପାମ ବିଚ୍‌ରେ ଜନ୍ମଗ୍ରହଣ କରିଥିଲେ।

ଡୋନାଲ୍ଡ ଏବଂ ମାର୍ଲା ୧୯୯୯ରେ ଛାଡପତ୍ର ନେଇଥିଲେ। ଟିଫାନି କାଲିଫର୍ନିଆରେ ତାଙ୍କ ମା’ଙ୍କ ପାଖରେ ବଡ଼ ହୋଇଥିଲେ। ଟିଫାନି ୨୦୧୨ରେ କାଲିଫର୍ନିଆର ଭ୍ୟୁପଏଣ୍ଟ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ ଏବଂ ୨୦୧୬ ମସିହାରେ ସମାଜଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଟିଫାନି ୨୦୧୮ ମସିହାରେ ମାଇକେଲ ବୋଲୋସଙ୍କୁ ବିବାହ କରିଥିଲେ।

The post ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’ appeared first on Dharitri Odia News.