ଭାଜପା ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା: ଅଡୁଆ ବଢ଼ିଲା

ଜଗତ୍‌ସିଂହପୁର,୨୯।୪(ପ୍ରମୋଦ କୁମାର ନାୟକ): ଦୀର୍ଘ ୩ ବର୍ଷ ପରେ ଜଗତ୍‌ସିଂହପୁର ପୌର ପରିଷଦ ରାଜନୈତିକ ସମୀକରଣ ଭିନ୍ନ ମୋଡ଼ ନେଇଛି। ପରିଷଦର ୧୪ ନମ୍ବର ୱାର୍ଡ ଭାଜପା କାଉନସିଲର ତଥା ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଜିଲାପାଳ ଗମ୍ଭୀରତାର ସହ ନେଇଛନ୍ତି। ଆସନ୍ତା ମେ’ ୨୦ରେ କାଉନ୍‌ସିଲରମାନେ ଉପଜିଲାପାଳଙ୍କ ନିକଟରେ ପକ୍ଷ ରଖିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସମସ୍ତ ୨୧ […] The post ଭାଜପା ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା: ଅଡୁଆ ବଢ଼ିଲା appeared first on Dharitri Odia News.

ଭାଜପା ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା: ଅଡୁଆ ବଢ଼ିଲା

ଜଗତ୍‌ସିଂହପୁର,୨୯।୪(ପ୍ରମୋଦ କୁମାର ନାୟକ): ଦୀର୍ଘ ୩ ବର୍ଷ ପରେ ଜଗତ୍‌ସିଂହପୁର ପୌର ପରିଷଦ ରାଜନୈତିକ ସମୀକରଣ ଭିନ୍ନ ମୋଡ଼ ନେଇଛି। ପରିଷଦର ୧୪ ନମ୍ବର ୱାର୍ଡ ଭାଜପା କାଉନସିଲର ତଥା ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଜିଲାପାଳ ଗମ୍ଭୀରତାର ସହ ନେଇଛନ୍ତି।

ଆସନ୍ତା ମେ’ ୨୦ରେ କାଉନ୍‌ସିଲରମାନେ ଉପଜିଲାପାଳଙ୍କ ନିକଟରେ ପକ୍ଷ ରଖିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସମସ୍ତ ୨୧ ଜଣ କାଉନ୍‌ସିଲରଙ୍କୁ ଉପଜିଲାପାଳଙ୍କ ନିକଟରେ ଉପସ୍ଥିତ ରହି ସେମାନଙ୍କ ପକ୍ଷ ରଖିବାକୁ ନୋଟିସ୍‌ ଦର୍ଶାଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ ସୀମା ଜେନା କହିଛନ୍ତି।

ତେବେ ଏହି ଦିନ ସମ୍ଭବତଃ ଉପାଧ୍ୟକ୍ଷ ବିଶୋଇଙ୍କ ଆସ୍ଥାଭାଜନ ପାଇଁ ଶେଷ ସୁଯୋଗ ରହିପାରେ ବୋଲି କୁହାଯାଉଛି। ଅନ୍ୟପଟେ ପରିଷଦର ୧୪ ଜଣ କାଉନସିଲର ବିଶୋଇଙ୍କ ବିରୋଧରେ ମତ ରଖିବାକୁ ଏକପ୍ରକାର ପ୍ରସ୍ତୁତି ସରିଛି ବୋଲି କେତେଜଣ କାଉନସିଲର ନାମ ଗୋପନ ରଖି କହିଛନ୍ତି। ଏହା ଯଦି ସତ ହୁଏ ତେବେ ଉପାଧ୍ୟକ୍ଷଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଗତ ୧୫ ତାରିଖରେ ପରିଷଦର ମୋଟ ୨୧ କାଉନସିଲରଙ୍କ ମଧ୍ୟରୁ ୧୩ ଜଣ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଜ୍ୟୋତିଶଙ୍କର ରାୟଙ୍କୁ ସାକ୍ଷାତ୍‌ କରି ଉପାଧ୍ୟକ୍ଷ ବିଶୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେମାନେ ଦର୍ଶାଇଥିଲେ, ବିଶୋଇ ନିଜ କାର୍ଯ୍ୟରେ ଅବହେଳା କରୁଛନ୍ତି, ଏପରିକି ବିଭିନ୍ନ ଓ୍ବାର୍ଡ ପ୍ରତି ପକ୍ଷପାତିତା କରୁଛନ୍ତି। ସେମାନଙ୍କ ସହ ଆଉ ଜଣେ କାଉନ୍‌ସିଲର ମଧ୍ୟ ରହିଛନ୍ତି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୨୨ ପୌର ନିର୍ବାଚନ ସମୟରେ ଜଗତ୍‌ସିଂହପୁର ପୌର ପରିଷଦର ମୋଟ ୨୧ଟି ୱାର୍ଡ ମଧ୍ୟରୁ ବିଶୋଇଙ୍କ ସପକ୍ଷରେ ୧୧ଟି ଭୋଟ ଯାଇଥିଲା। ଅର୍ଥାତ୍‌ କଂଗ୍ରେସର ୭ (ୱାର୍ଡ ୨, ୫, ୯, ୧୧, ୧୮, ୧୯, ୨୧), ଭାଜପା ୨ (୧୩, ୧୪) ଓ ସ୍ବାଧୀନ ୨ (ୱାର୍ଡ ୭, ୧୭) ଜଣ କାଉନସିଲର ମିଶିବାରୁ ବିଶୋଇ ବିଜୟୀ ହୋଇ ପାରିଥିଲେ। କିନ୍ତୁ ବର୍ତ୍ତମାନ ଚିତ୍ର ବଦଳିଛି। ୱାର୍ଡ ୭, ୧୭, କଂଗ୍ରେସର ୱାର୍ଡ ୨ କାଉନ୍‌ସିଲର ଉପାଧ୍ୟକ୍ଷଙ୍କ ଉପରୁ ଆସ୍ଥା ହରାଇଛନ୍ତି। ସେମାନେ ବିଜେଡିର ୧୦ ଜଣ କାଉନ୍‌ସିଲରଙ୍କ ସହ ହାତ ମିଳାଇ ଉପାଧ୍ୟକ୍ଷ ବିଶୋଇଙ୍କୁ ଗାଦିଚ୍ୟୁତ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ବିଶୋଇ କହିଛନ୍ତି, ଅନାସ୍ଥା ମୁକାବିଲା ପାଇଁ ସେ ପ୍ରସ୍ତୁତ ରହିଛନ୍ତି।

The post ଭାଜପା ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା: ଅଡୁଆ ବଢ଼ିଲା appeared first on Dharitri Odia News.