ପୁଣି ଅଡ଼ୁଆରେ ଲାଲୁ ଯାଦବ ! ଲ୍ୟାଣ୍ଡ୍‌ ଫର୍‌ ଜବ୍ ମାମଲାରେ କେସ୍‌ ଚଲାଇବାକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମତି

ନୂଆଦିଲ୍ଲୀ: ବଢ଼ିଲା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଅଡ଼ୁଆ। ଲ୍ୟାଣ୍ଡ୍‌ ଫର୍‌ ଜବ୍ ବା ଜମି ନେଇ ଚାକିରି ଦେବା ଘୋଟାଲାରେ ଲାଲୁ ଯାଦବଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି। ଏବେ ଇଡି ଏହି ମାମଲାରେ ଯାଞ୍ଚ କରୁଛି।ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ସିଆରପିସି ଧାରା ୧୯୭(୧) ଏବଂ ବିଏନଏସ ୨୦୨୩ର ଧାରା ୨୧୮ ଅନୁଯାୟୀ ଏହି ଅନୁମତି ଦେଇଛନ୍ତି। ପୂର୍ବରୁ ଗତ ବର୍ଷ ଅଗଷ୍ଟ ମାସରେ ଇଡି ଲାଲୁ ଯାଦବ, ତାଙ୍କ ପୁଅ ଏବଂ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଟଙ୍କା ହଡ଼ପ ମାମଲାରେ ପିଏମଏଲଏମ ଆକ୍ଟ ଅନୁଯାୟୀ ଅଭିଯୋଗ ପତ୍ର ଦାଖଲ କରିଥିଲା। ଏହି ମାମଲା ସିବିଆଇର ପ୍ରାଥମିକ ତଦନ୍ତରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ସିବିଆଇ ଅଭିଯୋଗ ଆଣିଥିଲା ଯେ, ୨୦୦୪-୨୦୦୯ରେ ଭାରତୀୟ ରେଲଓ୍ବେରେ ଗ୍ରୁପ୍‌ ଡି କର୍ମଚାରୀ ନିଯୁକ୍ତିରେ ତତ୍କାଳୀନ କେନ୍ଦ୍ର ରେଳ ମନ୍ତ୍ରୀ ଲାଲୁ ପ୍ରସାଦ (୭୬) ଦୁର୍ନୀତି କରିଥିଲେ। ସେ, ଆଶାୟୀ କିମ୍ବା ତାଙ୍କର ପରିବାରର ସଦସ୍ୟଙ୍କୁ ରେଲଓ୍ବେରେ ଚାକିରି କରାଇଦେବା ପାଇଁ ଲାଞ୍ଚ ଭାବରେ ଜମି ହସ୍ତାନ୍ତର କରିବାକୁ କହିଥିଲେ। ଏସବୁ ଜମି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଲୁ ପ୍ରସାଦଙ୍କ ପରିବାର ସଦସ୍ୟଙ୍କ ନାମରେ ପଞ୍ଜୀକୃତ ଥିଲା। ସିବିଆଇ ଏହି ମ

ପୁଣି ଅଡ଼ୁଆରେ ଲାଲୁ ଯାଦବ ! ଲ୍ୟାଣ୍ଡ୍‌ ଫର୍‌ ଜବ୍ ମାମଲାରେ କେସ୍‌ ଚଲାଇବାକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମତି

ନୂଆଦିଲ୍ଲୀ: ବଢ଼ିଲା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଅଡ଼ୁଆ। ଲ୍ୟାଣ୍ଡ୍‌ ଫର୍‌ ଜବ୍ ବା ଜମି ନେଇ ଚାକିରି ଦେବା ଘୋଟାଲାରେ ଲାଲୁ ଯାଦବଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି। ଏବେ ଇଡି ଏହି ମାମଲାରେ ଯାଞ୍ଚ କରୁଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ସିଆରପିସି ଧାରା ୧୯୭(୧) ଏବଂ ବିଏନଏସ ୨୦୨୩ର ଧାରା ୨୧୮ ଅନୁଯାୟୀ ଏହି ଅନୁମତି ଦେଇଛନ୍ତି। ପୂର୍ବରୁ ଗତ ବର୍ଷ ଅଗଷ୍ଟ ମାସରେ ଇଡି ଲାଲୁ ଯାଦବ, ତାଙ୍କ ପୁଅ ଏବଂ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଟଙ୍କା ହଡ଼ପ ମାମଲାରେ ପିଏମଏଲଏମ ଆକ୍ଟ ଅନୁଯାୟୀ ଅଭିଯୋଗ ପତ୍ର ଦାଖଲ କରିଥିଲା। 

ଏହି ମାମଲା ସିବିଆଇର ପ୍ରାଥମିକ ତଦନ୍ତରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ସିବିଆଇ ଅଭିଯୋଗ ଆଣିଥିଲା ଯେ, ୨୦୦୪-୨୦୦୯ରେ ଭାରତୀୟ ରେଲଓ୍ବେରେ ଗ୍ରୁପ୍‌ ଡି କର୍ମଚାରୀ ନିଯୁକ୍ତିରେ ତତ୍କାଳୀନ କେନ୍ଦ୍ର ରେଳ ମନ୍ତ୍ରୀ ଲାଲୁ ପ୍ରସାଦ (୭୬) ଦୁର୍ନୀତି କରିଥିଲେ। ସେ, ଆଶାୟୀ କିମ୍ବା ତାଙ୍କର ପରିବାରର ସଦସ୍ୟଙ୍କୁ ରେଲଓ୍ବେରେ ଚାକିରି କରାଇଦେବା ପାଇଁ ଲାଞ୍ଚ ଭାବରେ ଜମି ହସ୍ତାନ୍ତର କରିବାକୁ କହିଥିଲେ। ଏସବୁ ଜମି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଲୁ ପ୍ରସାଦଙ୍କ ପରିବାର ସଦସ୍ୟଙ୍କ ନାମରେ ପଞ୍ଜୀକୃତ ଥିଲା। ସିବିଆଇ ଏହି ମାମଲାରେ ତିନିଟି ଅଭିଯୋଗ ପତ୍ରରେ ଦାଖଲ କରିଥିଲା।