ପୁଣି ଏକ ଟ୍ରେନ ଦୁର୍ଘଟଣା! କେରଳ ଏକ୍ସପ୍ରେସରେ ପିଟି ହୋଇ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ
ଥିରୁଭାନନ୍ତପୁରମ, ୨।୧୧: ଦକ୍ଷିଣ ଭାରତ କେରଳର ପଲକ୍କଡ ନିକଟରେ କେରଳ ଏକ୍ସପ୍ରେସ ଟ୍ରେନରେ ଧକ୍କା ହେବା ପରେ ଚାରିଜଣ ପରିମଳ ବା ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଶନିବାର ରେଲଓ୍ବେ ପୋଲିସ ଏହି ସୂଚନା ଦେଇଛି। ସୂଚନାନୁସାରେ, ନୂଆଦିଲ୍ଲୀ-ଥିରୁଭାନନ୍ତପୁରମ ଟ୍ରେନ ରେଳ ଷ୍ଟେଶନଠାରୁ କିଛି ଦୂରରେ ଶୋରାନୁର ବ୍ରିଜ ନିକଟରେ ଥିବା ରେଳ ଟ୍ରାକରେ ଅଳିଆ ଆବର୍ଜନା ସଫା କରୁଥିବା ସମୟରେ ସଫେଇ କର୍ମଚାରୀଙ୍କୁ ଧକ୍କା ଦେଇଥିଲା। ଏହି ଧକ୍କାରେ ସମସ୍ତ ଚାରିଜଣ ପରିମଳ କର୍ମଚାରୀ ଟ୍ରାକରୁ […] The post ପୁଣି ଏକ ଟ୍ରେନ ଦୁର୍ଘଟଣା! କେରଳ ଏକ୍ସପ୍ରେସରେ ପିଟି ହୋଇ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ appeared first on Dharitri Odia News.
ଥିରୁଭାନନ୍ତପୁରମ, ୨।୧୧: ଦକ୍ଷିଣ ଭାରତ କେରଳର ପଲକ୍କଡ ନିକଟରେ କେରଳ ଏକ୍ସପ୍ରେସ ଟ୍ରେନରେ ଧକ୍କା ହେବା ପରେ ଚାରିଜଣ ପରିମଳ ବା ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଶନିବାର ରେଲଓ୍ବେ ପୋଲିସ ଏହି ସୂଚନା ଦେଇଛି।
ସୂଚନାନୁସାରେ, ନୂଆଦିଲ୍ଲୀ-ଥିରୁଭାନନ୍ତପୁରମ ଟ୍ରେନ ରେଳ ଷ୍ଟେଶନଠାରୁ କିଛି ଦୂରରେ ଶୋରାନୁର ବ୍ରିଜ ନିକଟରେ ଥିବା ରେଳ ଟ୍ରାକରେ ଅଳିଆ ଆବର୍ଜନା ସଫା କରୁଥିବା ସମୟରେ ସଫେଇ କର୍ମଚାରୀଙ୍କୁ ଧକ୍କା ଦେଇଥିଲା। ଏହି ଧକ୍କାରେ ସମସ୍ତ ଚାରିଜଣ ପରିମଳ କର୍ମଚାରୀ ଟ୍ରାକରୁ ଭାରତପୁଜା ନଦୀକୁ ଖସିପଡିଥିଲେ। ଏହି ଦୁର୍ଘଟଣାରେ ୪ଜଣ ପରିମଳ କର୍ମଚାରୀଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଦୁଇ ପୁରୁଷ ଏବଂ ଦୁଇଜଣ ମହିଳା ଅଛନ୍ତି । ତିନୋଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଚତୁର୍ଥ ବ୍ୟକ୍ତିଙ୍କ ମୃତଦେହ ଖୋଜା ଚାଲିଛି।
The post ପୁଣି ଏକ ଟ୍ରେନ ଦୁର୍ଘଟଣା! କେରଳ ଏକ୍ସପ୍ରେସରେ ପିଟି ହୋଇ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ appeared first on Dharitri Odia News.