ପୁଣି ଏକ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ, ଲକିଂ ସିଷ୍ଟମରେ ତ୍ରୁଟି ପାଇଁ ଅଘଟଣ
ଏହି ପାସେଞ୍ଜର ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଲାଇନଚ୍ୟୁତ। କତୱାଲସା ନିକଟରେ ପାସେଞ୍ଜର ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଏଥିରେ ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ପାସେଞ୍ଜର ଟ୍ରେନର ଅନ୍ୟ ସମସ୍ତ ବଗି ସୁରକ୍ଷିତ ଥିବା ସୂଚନା ମିଳିଛି।
Vizianagaram | A passenger train derailed near Kothavalasa Junction railway station in Andhra Pradesh’s Vizianagaram. No injuries or casualties have been reported: Waltair Railway Division officials — ANI (@ANI) March 10, 2024
ସୂଚନା ଅନୁସାରେ ଏହି ପାସେଞ୍ଜର ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ଅନ୍ୟ ଟ୍ରେନ୍ ଦ୍ୱାରା ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠେଇବା ବ୍ୟବସ୍ଥା କରାଯାଇଛି।