ପୁଣି କଂଗ୍ରେସ ନେତାଙ୍କ ଘରେ ପଶିଲେ ଚୋର

ଭୁବନେଶ୍ଵର: ଚୋରଙ୍କ ଟାର୍ଗେଟରେ କି କଂଗ୍ରେସ ନେତା! ଥରେ ନୁହେଁ ଦୁଇ ଥର ହେଲାଣି ଚୋରି । ଜାଣିଶୁଣି କେହି ଟାର୍ଗେଟ କରୁଛି କି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ? ଏପରି ଅନେକ ପ୍ରଶ୍ନ ସାମ୍ନାରେ ଥିବା ବେଳେ ଆଜି ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଆଉ ଏକ ଘରୁ ଚୋରି ଉଦ୍ୟମ କରାଯାଇଛି । ନୟାପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ଏନ୍/୨୫ ଘରୁ ଚୋରି ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଝରକା ଭାଙ୍ଗି ଘରେ […]

ପୁଣି କଂଗ୍ରେସ ନେତାଙ୍କ ଘରେ ପଶିଲେ ଚୋର

ଭୁବନେଶ୍ଵର: ଚୋରଙ୍କ ଟାର୍ଗେଟରେ କି କଂଗ୍ରେସ ନେତା! ଥରେ ନୁହେଁ ଦୁଇ ଥର ହେଲାଣି ଚୋରି । ଜାଣିଶୁଣି କେହି ଟାର୍ଗେଟ କରୁଛି କି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ? ଏପରି ଅନେକ ପ୍ରଶ୍ନ ସାମ୍ନାରେ ଥିବା ବେଳେ ଆଜି ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଆଉ ଏକ ଘରୁ ଚୋରି ଉଦ୍ୟମ କରାଯାଇଛି । ନୟାପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ଏନ୍/୨୫ ଘରୁ ଚୋରି ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ ।

ଝରକା ଭାଙ୍ଗି ଘରେ ପଶିବା ବେଳେ ଚୋରକୁ ଧରିଥିଲେ ଘରେ ଥିବା ଅନ୍ୟ କର୍ମଚାରୀ । ଲୁଟେରାକୁ ଗିରଫ କରି ଅଧିକ ପଚରାଉଚରା କରୁଛି ପୋଲିସ । ଗିରଫ ଅଭିଯୁକ୍ତର ଘର ସାଲିଆ ସାହି ବୋଲି ଜଣାପଡିଛି । ସେ ଜଣେ ନିଶାସକ୍ତ ଯୁବକ ବୋଲି କହିଛି ନୂଆପଲ୍ଲୀ ପୋଲିସ । ତେବେ ଏନେଇ ନିରଞ୍ଜନ ପଟ୍ଟନାୟକ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନି ।