ପୁଣି କଙ୍ଗନାଙ୍କ ବାଣ, ଏଥର ନିଜ ଦଳକୁ କଲେ ଟାର୍ଗେଟ
ନୂଆଦିଲ୍ଲୀ,୩।୯: କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ମୋତେ ଲାଗୁଛି ଏବେ ମୋ ଫିଲ୍ମ ଏମରଜେନ୍ସିର ନାଁ ବଦଳେଇଦେବା ଉଚିତ୍ ହେବ। ଏମରଜେନ୍ସିରୁ ନାଁ ପରିବର୍ତ୍ତନ କରି ‘ନୋ ଓ୍ବାନ କିଲ୍ଡ ଇନ୍ଦିରା ଗାନ୍ଧୀ’ ରଖିବା ଠିକ୍ ହେବ। […] The post ପୁଣି କଙ୍ଗନାଙ୍କ ବାଣ, ଏଥର ନିଜ ଦଳକୁ କଲେ ଟାର୍ଗେଟ appeared first on Dharitri Odia News.
ନୂଆଦିଲ୍ଲୀ,୩।୯: କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ମୋତେ ଲାଗୁଛି ଏବେ ମୋ ଫିଲ୍ମ ଏମରଜେନ୍ସିର ନାଁ ବଦଳେଇଦେବା ଉଚିତ୍ ହେବ।
ଏମରଜେନ୍ସିରୁ ନାଁ ପରିବର୍ତ୍ତନ କରି ‘ନୋ ଓ୍ବାନ କିଲ୍ଡ ଇନ୍ଦିରା ଗାନ୍ଧୀ’ ରଖିବା ଠିକ୍ ହେବ। ମୋତେ ବିରୋଧ କରୁଥିବା ସଂଗଠନ ସହ କଥାବାର୍ତ୍ତା ନ କରାଇ ସେନ୍ସର ବୋର୍ଡ ଫିଲ୍ମରେ ରୋକ୍ ଲଗାଇଛନ୍ତି। ଏହା ମୋତେ ନିରାଶ କରିଛି। ପ୍ରଥମେ ମୋ ଫିଲ୍ମ ରିଲିଜ ପାଇଁ ସେନ୍ସର ବୋର୍ଡ ଅନୁମତି ଦେଇଥିଲା। ବର୍ତ୍ତମାନ ଏହାକୁ ରୋକ୍ ଲଗାଇଛନ୍ତି। ଏଥିପାଇଁ କୌଣସି ଯୁକ୍ତି ଦିଆଯାଇ ନାହିଁ। ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ। ଯଦି ଫିଲ୍ମର କୌଣସି ଦୃଶ୍ୟ ଭିତ୍ତିହୀନ ଥାଏ ଏହାକୁ ଫିଲ୍ମରୁ ହଟାଇ ଦିଆଯିବ, କିନ୍ତୁ ଅନ୍ତତ ପକ୍ଷେ ଏହା ଉପର ଆଲୋଚନା କରନ୍ତୁ ବୋଲି କଙ୍ଗନା ଯୁକ୍ତି ବାଢିଛନ୍ତି।
ଏକ ପ୍ରଶ୍ନର ଉତ୍ତରରେ କଙ୍ଗନା କହିଛନ୍ତି, ସରକାର ଆମ ଲୋକଙ୍କ ପାଇଁ କାମ କରେ। ସରକାର ଆମ ପାଇଁ କାମ କରେ ନାହିଁ। ବ୍ୟକ୍ତିଗତ କାମ ପାଇଁ ଭାଜପାର କେହି ଫୋନ ଉଠାନ୍ତି ନାହିଁ, ଏହା ହେଉଛି ଭାଜପାର ସତ୍ୟତା। ଫିଲ୍ମ ସମ୍ପର୍କରେ ସରକାରଙ୍କ ସମର୍ଥନ ନ ପାଇ ସେ ଆହୁରି କହିଛନ୍ତି, ଫିଲ୍ମ କାହା ଉପରେ ନିର୍ମିତ ହୋଇଛି ତାହା ଦେଖନ୍ତୁ। ଲୋକମାନେ ଏହା ମଧ୍ୟ ବୁଝିବା ଉଚିତ ଯେ କଶ୍ମୀର ଫାଇଲ କୌଣସି ଦଳର ଏଜେଣ୍ଡା ପାଇଁ ନୁହେଁ, ଏହା ଜାତୀୟତା ପାଇଁ ଥିଲା। ଏପର୍ଯ୍ୟନ୍ତ ଏମରଜେନ୍ସି ଫିଲ୍ମ ଦେଖିବା ପାଇଁ ମୋ ପାର୍ଟିରୁ କେହି ଦାବି କରିନାହାନ୍ତି।
The post ପୁଣି କଙ୍ଗନାଙ୍କ ବାଣ, ଏଥର ନିଜ ଦଳକୁ କଲେ ଟାର୍ଗେଟ appeared first on Dharitri Odia News.