ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ସ୍ୱାଭିମାନ ଅଞ୍ଚଳରୁ ଆସିଲା ଅଭାବନୀୟ ଦୃଶ୍ୟ
କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଅଭାବନୀୟ ଦୃଶ୍ୟ । ଖଟିଆରେ ବୁହାହେଲେ ଗର୍ଭବତୀ। ଏଭଳି ଏକ ଚିତ୍ର ସାମନାକୁ ଆସିଛି ବଡପଦର ପଞ୍ଚାୟତ ସ୍ଥିତ ମେଟାଗୁଡ଼ା ଗ୍ରାମରେ । ମେଟାଗୁଡା ଗ୍ରାମର ବାଲି ଖିଲଙ୍କ ସ୍ତ୍ରୀ ଲକ୍ଷ୍ମୀ ଖିଲଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସକୁ ହସ୍ପିଟାଲ ନେବା ପାଇଁ ଯୋଗାଯୋଗ କରିଥିଲେ ହେଲେ ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ନଥିବା ଯୋଗୁଁ ସଙ୍ଗମଗୁଡା ଗ୍ରାମ ଠାରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ପରେ ଆଶା ଦିଦି ଓ ଗର୍ଭବତୀଙ୍କ ସମ୍ପର୍କୀୟ ମାନେ ପ୍ରାୟ ୩ରୁ୪ କିଲୋମିଟର ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ । ବର୍ତମାନ ପ୍ରସୂତି ଜଣକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଓ ଚିତ୍ରକୋଣ୍ଡା ହସ୍ପିଟାଲରେ ଉଭୟ ସୁସ୍ଥ ଥିବା ଜଣା ପଡ଼ିଛି ।