ପୁଣି ଚାଷୀ-ପୁଲିସ ମୁହାଁମୁହିଁ, ଲୁହବୁହା ଗ୍ୟାସ୍ ପ୍ରୟୋଗରେ ୯ ଆହତ
ନୂଆଦିଲ୍ଲୀ: ପଞ୍ଜାବ ଚାଷୀଙ୍କ ଦିଲ୍ଲୀ ଚଲୋ ପଦଯାତ୍ରା ଅଭିଯାନକୁ ଆଜି ପୁଲିସ ଶମ୍ଭୁ ସୀମାରେ ପୁଣି ଅଟକାଇଛି । ଚାଷୀମାନେ କୌଣସି କଟକଣା ନମାନି ଆଗକୁ ବଢ଼ିବାରୁ ପୁଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଚାଷୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ଓ ପାଣି ମାଡ଼ ହେବାରୁ ୯ ଜଣ ଚାଷୀ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି […]

ନୂଆଦିଲ୍ଲୀ: ପଞ୍ଜାବ ଚାଷୀଙ୍କ ଦିଲ୍ଲୀ ଚଲୋ ପଦଯାତ୍ରା ଅଭିଯାନକୁ ଆଜି ପୁଲିସ ଶମ୍ଭୁ ସୀମାରେ ପୁଣି ଅଟକାଇଛି । ଚାଷୀମାନେ କୌଣସି କଟକଣା ନମାନି ଆଗକୁ ବଢ଼ିବାରୁ ପୁଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଚାଷୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ଓ ପାଣି ମାଡ଼ ହେବାରୁ ୯ ଜଣ ଚାଷୀ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ ଦାବିରେ ଆଜି ୧୦୧ ଜଣ କୃଷକଙ୍କ ଏକ ଗୋଷ୍ଠୀ ପଞ୍ଜାବ-ହରିୟାଣା ସୀମାରେ ଥିବା ଶମ୍ଭୁ ଆନ୍ଦୋଳନ ସ୍ଥଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଚାଷୀମାନେ ପଦଯାତ୍ରା ଦିନକ ପାଇଁ ସ୍ଥଗିତ ରଖିଛନ୍ତି ଏବଂ ଆସନ୍ତାକାଲି ଏକ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଜଣାପଡ଼ିଛି।