ପୁଣି ଟାଙ୍ଗୀ ବନାଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ
ନିରାକାରପୁର, ୮।୭(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂ ପଞ୍ଚାୟତ ଡମଣଭୂମି ଛୋଟରାୟସାହିର ଜଣେ ବ୍ୟକ୍ତିଙ୍କ ବାରି ପଛପଟୁ ସୋମବାର ଏକ ଦନ୍ତାହାତୀର ମୃତ ଦେହକୁ ଟାଙ୍ଗୀ ବନ ବିଭାଗ ଉଦ୍ଧାର କରିଛି। ଖବରପାଇ ଘଟଣା ସ୍ଥଳରେ ଖୋର୍ଦ୍ଧା ଡ଼ି ଏଫ ପୁର୍ଣ୍ଣିମା ପାଣ୍ଡିଆନ, ଏସି ଏଫ ସୁଶ୍ରୀ ସାତି ମହାନ୍ତି, ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ, ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାଶ ସମେତ ବନ […] The post ପୁଣି ଟାଙ୍ଗୀ ବନାଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ appeared first on Dharitri Odia News.
ନିରାକାରପୁର, ୮।୭(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂ ପଞ୍ଚାୟତ ଡମଣଭୂମି ଛୋଟରାୟସାହିର ଜଣେ ବ୍ୟକ୍ତିଙ୍କ ବାରି ପଛପଟୁ ସୋମବାର ଏକ ଦନ୍ତାହାତୀର ମୃତ ଦେହକୁ ଟାଙ୍ଗୀ ବନ ବିଭାଗ ଉଦ୍ଧାର କରିଛି। ଖବରପାଇ ଘଟଣା ସ୍ଥଳରେ ଖୋର୍ଦ୍ଧା ଡ଼ି ଏଫ ପୁର୍ଣ୍ଣିମା ପାଣ୍ଡିଆନ, ଏସି ଏଫ ସୁଶ୍ରୀ ସାତି ମହାନ୍ତି, ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ, ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାଶ ସମେତ ବନ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଛନ୍ଭିନ ଆରମ୍ଭ କରିଛନ୍ତି। ମୃତ ହାତୀଟିର ଆନୁମାନିକ ବୟସ ୨୦ରୁ ୨୫ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି । ମୃତ ଦନ୍ତାଟି ଖାଦ୍ୟ ଅନ୍ବେଷଣରେ ଆସୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରି ଥାଇପାରେ ବୋଲି ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ ସୂଚନା ଦେଇଛନ୍ତି । ମୃତ ହାତୀକୁ ପରୀକ୍ଷା ନିରୀକ୍ଷା କରିବା ସହିତ ମୃତଦେହ ବ୍ୟବଚ୍ଛେଦ ଓୟୁଟିର ଏକ ବିଶେଷଜ୍ଞ ଦଳ ଆସି କରିଯାଇଛନ୍ତି। ରିପୋର୍ଟ ଆସିବାପରେ ପ୍ରକୃତ କାରଣ ଜଣାପଡିବ ବୋଲି ଖୋର୍ଦ୍ଧା ଡିଏଫଓ ପୁର୍ଣ୍ଣିମା ପାଣ୍ଡିଆନ ସୂଚନା ଦେଇଛନ୍ତି ।
The post ପୁଣି ଟାଙ୍ଗୀ ବନାଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ appeared first on Dharitri Odia News.