ପୁଣି ତାରା ବାହିନୀପତିଙ୍କଙ୍କ ପତ୍ନୀଙ୍କୁ ମିଳିଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ବଡ଼ ଦାୟିତ୍ୱ
ଭୁବନେଶ୍ୱର,୬।୭: ଅଖିଳ ଭାରତ କଂଗ୍ରେସ କମିଟି (AICC) ମିନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ କରିଛି। AICC ସଭାପତିଙ୍କ ଅନୁମୋଦନ ଅନୁସାରେ ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ସୂଚନା ଜାରି କରାଯାଇଛି। ଏହା ପୂର୍ବରୁ ମଧ୍ୟ ମିନାକ୍ଷୀ ବାହିନୀପତି ଓଡ଼ିଶା ମହିଳା କଂଗ୍ରେସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ତାଙ୍କୁ ପୁନର୍ବାର ଏହି ଦାୟିତ୍ୱ ଦିଆଯିବା ଦଳରେ ତାଙ୍କ ନେତୃତ୍ୱ ଓ ସଂଗଠନ କ୍ଷମତା ଉପରେ ଆସ୍ଥାର ପ୍ରମାଣ […] The post ପୁଣି ତାରା ବାହିନୀପତିଙ୍କଙ୍କ ପତ୍ନୀଙ୍କୁ ମିଳିଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ବଡ଼ ଦାୟିତ୍ୱ appeared first on Dharitri Odia News.
ଭୁବନେଶ୍ୱର,୬।୭: ଅଖିଳ ଭାରତ କଂଗ୍ରେସ କମିଟି (AICC) ମିନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ କରିଛି। AICC ସଭାପତିଙ୍କ ଅନୁମୋଦନ ଅନୁସାରେ ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ସୂଚନା ଜାରି କରାଯାଇଛି।
ଏହା ପୂର୍ବରୁ ମଧ୍ୟ ମିନାକ୍ଷୀ ବାହିନୀପତି ଓଡ଼ିଶା ମହିଳା କଂଗ୍ରେସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ତାଙ୍କୁ ପୁନର୍ବାର ଏହି ଦାୟିତ୍ୱ ଦିଆଯିବା ଦଳରେ ତାଙ୍କ ନେତୃତ୍ୱ ଓ ସଂଗଠନ କ୍ଷମତା ଉପରେ ଆସ୍ଥାର ପ୍ରମାଣ ବୋଲି ବିବେଚନା କରାଯାଉଛି। ଏହି ନିଯୁକ୍ତି ରାଜ୍ୟରେ ମହିଳା କଂଗ୍ରେସର ସଙ୍ଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଓଡ଼ିଶା ମହିଳା କଂଗ୍ରେସ ରାଜ୍ୟରେ ମହିଳାଙ୍କ ସଶକ୍ତିକରଣ ଏବଂ ସାମାଜିକ ନ୍ୟାୟ ପାଇଁ କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି। ଏହି ନିଯୁକ୍ତିକୁ ରାଜ୍ୟ କଂଗ୍ରେସ ନେତୃବୃନ୍ଦ ସ୍ୱାଗତ କରିଛନ୍ତି।
The post ପୁଣି ତାରା ବାହିନୀପତିଙ୍କଙ୍କ ପତ୍ନୀଙ୍କୁ ମିଳିଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ବଡ଼ ଦାୟିତ୍ୱ appeared first on Dharitri Odia News.