ପୁଣି ଫେରିଲା କରୋନା : ୨୬ ହଜାର ମାମଲା ଆସିବା ପରେ ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି
ନୂଆଦିଲ୍ଲୀ : ବିଶ୍ବକୁ କରୋନା ଜୀବାଣୁରୁ ସମ୍ପୂର୍ଣ୍ଣ ଆରାମ ମିଳିନାହିଁ। କିଛି ଦିନ ପରେ ପୁଣି କାୟା ବିସ୍ତାର କରିଛି କରୋନା। ସିଙ୍ଗାପୁରରେ କ୍ରମାଗତ ଭାବେ ବଢୁଥିବା କରୋନା ମାମଲାକୁ ନେଇ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ସିଙ୍ଗାପୁର ସରକାର ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି କରିଛନ୍ତି। ସିଙ୍ଗାପୁରରେ କୋଭିଡ୍ -୧୯ର ଆଉ ଏକ ନୂଆ ଲହରର ପ୍ରତ୍ୟାବର୍ତ୍ତନ କରିଛି ବୋଲି କୁହାଯାଉଛି। ମେ ୫ରୁ ୧୧ ପର୍ଯ୍ୟନ୍ତ ୨୫,୯୦୦ରୁ […]

ନୂଆଦିଲ୍ଲୀ : ବିଶ୍ବକୁ କରୋନା ଜୀବାଣୁରୁ ସମ୍ପୂର୍ଣ୍ଣ ଆରାମ ମିଳିନାହିଁ। କିଛି ଦିନ ପରେ ପୁଣି କାୟା ବିସ୍ତାର କରିଛି କରୋନା। ସିଙ୍ଗାପୁରରେ କ୍ରମାଗତ ଭାବେ ବଢୁଥିବା କରୋନା ମାମଲାକୁ ନେଇ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ସିଙ୍ଗାପୁର ସରକାର ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି କରିଛନ୍ତି।
ସିଙ୍ଗାପୁରରେ କୋଭିଡ୍ -୧୯ର ଆଉ ଏକ ନୂଆ ଲହରର ପ୍ରତ୍ୟାବର୍ତ୍ତନ କରିଛି ବୋଲି କୁହାଯାଉଛି। ମେ ୫ରୁ ୧୧ ପର୍ଯ୍ୟନ୍ତ ୨୫,୯୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି। କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ ଅଙ୍ଗ ୟେ କୁଙ୍ଗ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଏଥି ସହିତ ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଲହର ଶିଖରରେ ପହଞ୍ଚିପାରେ । ଏହାର ସ୍ପଷ୍ଟ ଅର୍ଥ ହେଉଛି ଜୁନ୍ ମଧ୍ୟଭାଗରୁ ଶେଷ ପର୍ଯ୍ୟନ୍ତ ସିଙ୍ଗାପୁରରେ ଏକ ନୂଆ ଲହର ଦେଖାଯିବ । ଅର୍ଥାତ୍ ଜୁନ୍ ୧୫ରୁ ୩୦ ମଧ୍ୟରେ କରୋନାର ନୂଆ ଲହର ସିଙ୍ଗାପୁରରେ ଆସିବ।
ସେପଟେ ସିଙ୍ଗାପୁର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ -୧୯ର ରୋଗୀ ସଂଖ୍ୟା ଥରେ ଦ୍ୱିଗୁଣିତ ହୁଏ, ତେବେ ସେମାନେ ଦୈନିକ ୫୦୦ ରୁ ୧୦୦୦ ରୋଗୀ ଚିହ୍ନଟ ହୋଇପାରନ୍ତି। ଯାହା ଏକ ବଡ଼ ସମସ୍ୟା ହୋଇପାରେ। ଏଥି ସହିତ ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ସଙ୍କଟ ସୃଷ୍ଟି କରିପାରେ। ଯାହାକୁନେଇ ସିଙ୍ଗାପୁର ସରକାର ପ୍ରସ୍ତୁତ ହେଉଛନ୍ତି। ହସ୍ପିଟାଲରେ ଶଯ୍ୟା କ୍ଷମତା ସଂରକ୍ଷଣ ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ସରକାରୀ ଡାକ୍ତରଖାନାଗୁଡ଼ିକୁ ସେମାନଙ୍କର ଅଣ-ଜରୁରୀ ଇଲେକ୍ଟିଭ୍ ସର୍ଜରୀ ମାମଲା ହ୍ରାସ କରିବାକୁ ଏବଂ ଆକ୍ରାନ୍ତଙ୍କୁ ଉପଯୁକ୍ତ ପ୍ରଭାବଶାଳୀ ଚିକିତ୍ସା ପ୍ରଦାନ କରିବାକୁ କୁହାଯାଇଛି। ଘରେ ସାମାନ୍ୟ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବାକୁ ମଧ୍ୟ କୁହାଯାଇଛି। ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଦୁର୍ବଳ ବ୍ୟକ୍ତିଙ୍କ ଯତ୍ନ ନେବାକୁ କୁହାଯାଇଛି। ସିଙ୍ଗାପୁରବାସୀଙ୍କୁ ମାସ୍କ ପିନ୍ଧିବାକୁ ଏବଂ ଅସୁସ୍ଥ ଥିଲେ ଘରେ ରହିବାକୁ ଏବଂ ଟୀକାନେବାକୁ ପରାମର୍ଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅଙ୍ଗ ୟେ କୁଙ୍ଗ କହିଛନ୍ତି।