ରାଜ ପରିବାର ଉପରେ ଭାଜପାର ଭରସା

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ସମେତ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ନିର୍ବାଚନରେ, ଭାଜପା ଅନେକ ପ୍ରାର୍ଥୀଙ୍କ ଟିକେଟ କାଟିଛି । ଏହି ସମୟରେ ପାର୍ଟିର ଭେଟେରାନ ନେତାମାନେ ଏନଡିଏ ପାଇଁ ୪୦୦ ସିଟ ଏବଂ ଭାଜପା ପାଇଁ ୩୫୦ ସିଟ ଜିତିବାକୁ ଦାବି କରନ୍ତି। ଲୋକ ସଭା ନିର୍ବାଚନ ୨୦୨୪ରେ ପୂର୍ବତନ ରାଜ ପରିବାରର ୧୦ରୁ ଅଧିକ ବଂଶଧର ଭାଜପା ଟିକେଟରେ ନିର୍ବାଚନ ଲଢୁଛନ୍ତି। ଏଥିମଧ୍ୟରୁ […] The post ରାଜ ପରିବାର ଉପରେ ଭାଜପାର ଭରସା appeared first on Dharitri Odia News.

ରାଜ ପରିବାର ଉପରେ ଭାଜପାର ଭରସା

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ସମେତ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ନିର୍ବାଚନରେ, ଭାଜପା ଅନେକ ପ୍ରାର୍ଥୀଙ୍କ ଟିକେଟ କାଟିଛି । ଏହି ସମୟରେ ପାର୍ଟିର ଭେଟେରାନ ନେତାମାନେ ଏନଡିଏ ପାଇଁ ୪୦୦ ସିଟ ଏବଂ ଭାଜପା ପାଇଁ ୩୫୦ ସିଟ ଜିତିବାକୁ ଦାବି କରନ୍ତି। ଲୋକ ସଭା ନିର୍ବାଚନ ୨୦୨୪ରେ ପୂର୍ବତନ ରାଜ ପରିବାରର ୧୦ରୁ ଅଧିକ ବଂଶଧର ଭାଜପା ଟିକେଟରେ ନିର୍ବାଚନ ଲଢୁଛନ୍ତି। ଏଥିମଧ୍ୟରୁ କେତେକ ମଧ୍ୟ ସେମାନଙ୍କର ରାଜନୀତିର ଆରମ୍ଭ କରୁଛନ୍ତି ।
ଓଡ଼ିଶାର ରାଜ ପରିବାର
ଦୁଇ ଦଶନ୍ଧି ହେବ ଓଡ଼ିଶାରେ ବିଜେଡି ବା ବିଜୁ ଜନତା ଦଳ ସରକାର ଅଛି। ଭାଜପା ଏଠାରେ ରାଜ ପରିବାରର ୨ ଜଣ ସଦସ୍ୟ ସଙ୍ଗିତା କୁମାରୀ ସିଂ ଦେଓ ଏବଂ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି। ସଙ୍ଗିତା ପାଟଣାଗଡ ବଲାଙ୍ଗିର ଏବଂ ମାଳବିକା କେଶରୀ କଳାହାଣ୍ଡି ରାଜ ପରିବାରର।
ରାଜସ୍ଥାନ
ରାଜସ୍ଥାନରୁ ଭାଜପା ରାଜ ପରିବାରର ଦୁଇଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ଭାଜପା ନିକଟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅଙ୍କୁ ଟିକେଟ ଦେଇଛି। ବସୁନ୍ଧରା ଗ୍ବାୟାଲିୟରର ପୂର୍ବତନ ସିନ୍ଧିଆ ରାଜପରିବାରର ସଦସ୍ୟ ହୋଇଥିବା ବେଳେ ସେ ବହୁ ଦିନରୁ ରାଜନୀତି ସହ ସମ୍ପୃକ୍ତ।
ସେହିପରି ମଧ୍ୟ ପ୍ରଦେଶରୁ ବି ଭାଜପା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ପଞ୍ଜାବ, ପଶ୍ଚିମ ବଙ୍ଗ, କର୍ନାଟକ, ଉତ୍ତରାଖଣ୍ଡ ଓ ତ୍ରିପୁରାରୁ ବି ରାଜ ପରିବାରର ସଦସ୍ୟଙ୍କୁ ଭାଜପା ଟିକେଟ ଦେଇଛି।

The post ରାଜ ପରିବାର ଉପରେ ଭାଜପାର ଭରସା appeared first on Dharitri Odia News.