ପୁଣି ବଡ଼ ଅଘଟଣ: ମଝି ଆକାଶରୁ ବିମାନ ଗାଏବ
ମସ୍କୋ,୨୪।୭: ଉଡ଼ାଣ ଭରିବା ପରେ ଏକ ରୁଷିଆନ ଯାତ୍ରୀବାହୀ ବିମାନ ମଝି ଆକାଶରେ ନିଖୋଜ ହୋଇଯାଇଛି। ଏକ ରିପୋର୍ଟ ଅନୁଯାୟୀ, ବିମାନଟି ୫୦ ଜଣ ଲୋକଙ୍କୁ ନେଇ ଚାଇନା ସୀମାନ୍ତ ଆମୁର ଅଞ୍ଚଳର ଟିଣ୍ଡା ସହର ଅଭିମୁଖେ ଯାଉଥିଲା, କିନ୍ତୁ ମଝି ରାସ୍ତାରେ ଏହା ବିମାନ ଟ୍ରାଫିକ ନିୟନ୍ତ୍ରଣ ସହିତ ଯୋଗାଯୋଗ ହରାଇ ଦେଇଛି। ବର୍ତ୍ତମାନର ସୂଚନା ଅନୁଯାୟୀ, ବିମାନରେ କ୍ରୁ ସଦସ୍ୟଙ୍କ ସହିତ ଯାତ୍ରୀମାନେ ମଧ୍ୟ ଅଛି। ଗୁରୁବାର ରୁଷିଆର An-24 ଯାତ୍ରୀବାହୀ ବିମାନ ନିଖୋଜ […] The post ପୁଣି ବଡ଼ ଅଘଟଣ: ମଝି ଆକାଶରୁ ବିମାନ ଗାଏବ appeared first on Dharitri Odia News.
ମସ୍କୋ,୨୪।୭: ଉଡ଼ାଣ ଭରିବା ପରେ ଏକ ରୁଷିଆନ ଯାତ୍ରୀବାହୀ ବିମାନ ମଝି ଆକାଶରେ ନିଖୋଜ ହୋଇଯାଇଛି। ଏକ ରିପୋର୍ଟ ଅନୁଯାୟୀ, ବିମାନଟି ୫୦ ଜଣ ଲୋକଙ୍କୁ ନେଇ ଚାଇନା ସୀମାନ୍ତ ଆମୁର ଅଞ୍ଚଳର ଟିଣ୍ଡା ସହର ଅଭିମୁଖେ ଯାଉଥିଲା, କିନ୍ତୁ ମଝି ରାସ୍ତାରେ ଏହା ବିମାନ ଟ୍ରାଫିକ ନିୟନ୍ତ୍ରଣ ସହିତ ଯୋଗାଯୋଗ ହରାଇ ଦେଇଛି। ବର୍ତ୍ତମାନର ସୂଚନା ଅନୁଯାୟୀ, ବିମାନରେ କ୍ରୁ ସଦସ୍ୟଙ୍କ ସହିତ ଯାତ୍ରୀମାନେ ମଧ୍ୟ ଅଛି।
ଗୁରୁବାର ରୁଷିଆର An-24 ଯାତ୍ରୀବାହୀ ବିମାନ ନିଖୋଜ ହୋଇଗଲା ଏବଂ ଖୋଜାଖୋଜି ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ସ୍ଥାନୀୟ ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ, ରୁଷିଆନ ଏୟାରଲାଇନ୍ସ ଅଙ୍ଗାରାର ଏହି ଯାତ୍ରୀବାହୀ ବିମାନଟି ହଠାତ୍ ରାଡାର ସ୍କ୍ରିନରୁ ନିଖୋଜ ହୋଇଗଲା ଏବଂ ଏପର୍ଯ୍ୟନ୍ତ ସଂଯୋଗ ହୋଇପାରି ନାହିଁ। ବିମାନରେ ପାଞ୍ଚ ଜଣ ପିଲା ଏବଂ ଛଅ ଜଣ କ୍ରୁ ସଦସ୍ୟ ସମେତ ୪୩ଜଣ ଯାତ୍ରୀ ଥିଲେ।
The post ପୁଣି ବଡ଼ ଅଘଟଣ: ମଝି ଆକାଶରୁ ବିମାନ ଗାଏବ appeared first on Dharitri Odia News.