ପୁଣି ବଢିବ ତେଲ ଦର: ଉତ୍ପାଦନକାରୀ ଦେଶ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୧୧: ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ଉତ୍ପାଦନକାରୀ ରାଷ୍ଟ୍ର(ଓପେକ ପ୍ଲସ)ଗୁଡିକ ନିଷ୍ପତ୍ତି ନେବା ପରେ ତେଲ ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ କି ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଏବଂ ଚାଇନାରେ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି। ରୁଷିଆ ସମେତ ଅନ୍ୟାନ୍ୟ ତୈଳ ଉତ୍ପାଦାନକାରୀ ଦେଶ ଗୁଡିକ ପ୍ରତିଦିନ ୨.୨ ବ୍ୟାରେଲ କମ୍ ଅଶୋଧିତ ତୈଳ ଉତ୍ପାଦନ ଆଉ ଏକ ମାସ ଡିସେମ୍ବର ପର୍ଯ୍ୟନ୍ତ […] The post ପୁଣି ବଢିବ ତେଲ ଦର: ଉତ୍ପାଦନକାରୀ ଦେଶ ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.

ପୁଣି ବଢିବ ତେଲ ଦର: ଉତ୍ପାଦନକାରୀ ଦେଶ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୧୧: ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ଉତ୍ପାଦନକାରୀ ରାଷ୍ଟ୍ର(ଓପେକ ପ୍ଲସ)ଗୁଡିକ ନିଷ୍ପତ୍ତି ନେବା ପରେ ତେଲ ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ କି ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଏବଂ ଚାଇନାରେ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି।

ରୁଷିଆ ସମେତ ଅନ୍ୟାନ୍ୟ ତୈଳ ଉତ୍ପାଦାନକାରୀ ଦେଶ ଗୁଡିକ ପ୍ରତିଦିନ ୨.୨ ବ୍ୟାରେଲ କମ୍ ଅଶୋଧିତ ତୈଳ ଉତ୍ପାଦନ ଆଉ ଏକ ମାସ ଡିସେମ୍ବର ପର୍ଯ୍ୟନ୍ତ କରିବାକୁ ରବିବାର ନିଷ୍ପତ୍ତି ନେଇଥିଲେ।

ଅନ୍ୟପଟେ ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନ ଦିନେ ଦୁଇ ଦିନମଧ୍ୟରେ ଇସ୍ରାଏଲ ଏବଂ ଇରାକ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାରେ ରାଷ୍ଟ୍ରପତିନିର୍ବାଚନରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ଚାଲିଥିବା ବେଳେ କିଏ ଜିତିବ ତାହା ଆକଳନ କରି ବିଶ୍ୱର ଅନେକ ଶେୟାର ବଜାରରେ ହ୍ରାସ ଦେଖିବାକୁ ମିଳୁଛି। ଏଥିସହିତ ଗୁରୁବାର ଫେଡେରେଲ ରିଜର୍ଭ ସୁଧହାର ହ୍ରାସ କରିବାର ସମ୍ଭାବନା ରହିଛି।

ତେବେ ଚଳିତ ସପ୍ତାହରେ ତେଲ ବଜାରରେ ଦର ପରିବର୍ତନ ହେବାର ସମ୍ଭାବନା ରହିଛି। ବିଶେଷଜ୍ଞମାନେ ଏବେ ଇରନର ପଦକ୍ଷେପ, ଆମେରିକା ନିର୍ବାଚନ ଏବଂ ଫେଡେରେଲ ରିଜର୍ଭର ନିଷ୍ପତ୍ତି ଉପରେ ନଜର ରଖିଛନ୍ତି।

ସେପଟେ ଧିମା ରହିଥିବା ଅର୍ଥନୀତିକୁ ବଳ ଦେବା ଲାଗି ଚାଇନା ଆଉ ଏକ ରିହାତି ପ୍ରଦାନ କରିବାକୁ ଘୋଷଣା କରିପାରେ। ସୋମବାରଠାରୁ ଶୁକ୍ରବାର ମଧ୍ୟରେ ହେବାକୁ ଥିବା ନ୍ୟାଶନାଲ ପିପୁଲସ୍ କଂଗ୍ରେସର ଷ୍ଟାଣ୍ଡିଂ କମିଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ।

The post ପୁଣି ବଢିବ ତେଲ ଦର: ଉତ୍ପାଦନକାରୀ ଦେଶ ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.