ପୁଣି ବନ୍ଦ ହୋଇପାରେ କମ୍ପ୍ୟୁଟର! ଜାଣନ୍ତୁ କ’ଣ କହୁଛି ମାଇକ୍ରୋସଫ୍ଟ?
ନୂଆଦିଲ୍ଲୀ ୨୫।୭: ମାଇକ୍ରୋସଫ୍ଟ ଆଉଟେଜ ଯୋଗୁ ପୁଣି ଥରେ ହଇଚଇ ସୃଷ୍ଟି ହୋଇପାରେ। ନିଜେ ମାଇକ୍ରୋସଫ୍ଟ ଏହି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଦିନରେ ହୋଇଥିବା ମାଇକ୍ରୋସଫ୍ଟ ଆଉଟେଜ ଯୋଗୁ ସାରା ବିଶ୍ୱରେ ହା ହାକାର ପଡିଯାଇଥିଲା। କୋଟି କୋଟି ଲାପଟପ ଅକାମୀ ହୋଇଯାଇଥିଲା। ଫଳରେ ଏୟାରପୋର୍ଟ, ସର୍ଭିସ ପ୍ରୋଭାଇଡର୍ସ, ଟେଲିକମ ଇଣ୍ଡଷ୍ଟ୍ରି, ମିଡିଆ ଇଣ୍ଡଷ୍ଟ୍ରି ଓ ସେୟାର ବଜାର ସମେତ ସାରା ବିଶ୍ୱରେ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଥିଲା। ଏବେ ମାଇକ୍ରୋସଫ୍ଟ କହିଛନ୍ତି ଯେ କ୍ରାଉଡଷ୍ଟ୍ରାଇକ୍ ଭଳି ଆଉଟେଜ ଭବିଷ୍ୟତରେ ବି ହୋଇପାରେ ଓ କମ୍ପାନୀ ଏହାକୁ ଅଟକାଇ ପାରିବନି। ଏହାର କାରଣ ସମ୍ପର୍କରେ କହିବାକୁ କମ୍ପାନୀ ଏହା ବି କହିଛି ଯେ ୟୁରୋପିୟ ଆୟୋଗଙ୍କ ନିୟମ ଯାହା ଥାର୍ଡ ପାର୍ଟି ଭେଣ୍ଡର୍ସଙ୍କୁ ଅପରେଟିଂ ସିଷ୍ଟମ (ଓଏସ) ପର୍ଯ୍ୟନ୍ତ ଫୁଲ କର୍ଣ୍ଣେଲ ଆକ୍ସେସର ଅନୁମତି ଦେଉଛି, ଯାହା ଏହାର ସମ୍ଭାବିତ କାରଣ ହୋଇପାରେ। ଏ ନେଇ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ(ଡବ୍ଲୁଏସଜେ) ରିପୋର୍ଟ ଅନୁସାରେ ଲିଗାଲ ମାଣ୍ଡେଟର ଅର୍ଥ ହେଉଛି କ୍ରାଉଡଷ୍ଟ୍ରାଇକ୍ ଭଳି କମ୍ପାନୀଙ୍କ ନିକଟରେ ସେହିସ୍ତର ପର୍ଯ୍ୟନ୍ତ ସଫ୍ଟୱେର ଆକ୍ସେସ ରହୁଛି ଯେଉଁ ସ୍ତର ପର୍ଯ୍ୟନ୍ତ ମାଇକ୍ରୋସଫ୍ଟ ଇଞ୍ଜିନିୟର ଆକ୍ସେସ ରଖି ପାରୁଛନ୍ତି। ଏଣୁ ଏବେ ସାରା ବିଶ୍ୱର ବିଶେଷଜ୍ଞମାନେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି, ଯାହାର ପ୍ରଭା
ନୂଆଦିଲ୍ଲୀ ୨୫।୭: ମାଇକ୍ରୋସଫ୍ଟ ଆଉଟେଜ ଯୋଗୁ ପୁଣି ଥରେ ହଇଚଇ ସୃଷ୍ଟି ହୋଇପାରେ। ନିଜେ ମାଇକ୍ରୋସଫ୍ଟ ଏହି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଦିନରେ ହୋଇଥିବା ମାଇକ୍ରୋସଫ୍ଟ ଆଉଟେଜ ଯୋଗୁ ସାରା ବିଶ୍ୱରେ ହା ହାକାର ପଡିଯାଇଥିଲା। କୋଟି କୋଟି ଲାପଟପ ଅକାମୀ ହୋଇଯାଇଥିଲା। ଫଳରେ ଏୟାରପୋର୍ଟ, ସର୍ଭିସ ପ୍ରୋଭାଇଡର୍ସ, ଟେଲିକମ ଇଣ୍ଡଷ୍ଟ୍ରି, ମିଡିଆ ଇଣ୍ଡଷ୍ଟ୍ରି ଓ ସେୟାର ବଜାର ସମେତ ସାରା ବିଶ୍ୱରେ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଥିଲା।
ଏବେ ମାଇକ୍ରୋସଫ୍ଟ କହିଛନ୍ତି ଯେ କ୍ରାଉଡଷ୍ଟ୍ରାଇକ୍ ଭଳି ଆଉଟେଜ ଭବିଷ୍ୟତରେ ବି ହୋଇପାରେ ଓ କମ୍ପାନୀ ଏହାକୁ ଅଟକାଇ ପାରିବନି। ଏହାର କାରଣ ସମ୍ପର୍କରେ କହିବାକୁ କମ୍ପାନୀ ଏହା ବି କହିଛି ଯେ ୟୁରୋପିୟ ଆୟୋଗଙ୍କ ନିୟମ ଯାହା ଥାର୍ଡ ପାର୍ଟି ଭେଣ୍ଡର୍ସଙ୍କୁ ଅପରେଟିଂ ସିଷ୍ଟମ (ଓଏସ) ପର୍ଯ୍ୟନ୍ତ ଫୁଲ କର୍ଣ୍ଣେଲ ଆକ୍ସେସର ଅନୁମତି ଦେଉଛି, ଯାହା ଏହାର ସମ୍ଭାବିତ କାରଣ ହୋଇପାରେ। ଏ ନେଇ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ(ଡବ୍ଲୁଏସଜେ) ରିପୋର୍ଟ ଅନୁସାରେ ଲିଗାଲ ମାଣ୍ଡେଟର ଅର୍ଥ ହେଉଛି କ୍ରାଉଡଷ୍ଟ୍ରାଇକ୍ ଭଳି କମ୍ପାନୀଙ୍କ ନିକଟରେ ସେହିସ୍ତର ପର୍ଯ୍ୟନ୍ତ ସଫ୍ଟୱେର ଆକ୍ସେସ ରହୁଛି ଯେଉଁ ସ୍ତର ପର୍ଯ୍ୟନ୍ତ ମାଇକ୍ରୋସଫ୍ଟ ଇଞ୍ଜିନିୟର ଆକ୍ସେସ ରଖି ପାରୁଛନ୍ତି।
ଏଣୁ ଏବେ ସାରା ବିଶ୍ୱର ବିଶେଷଜ୍ଞମାନେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି, ଯାହାର ପ୍ରଭାବ ପାଖାପାଖି ୧ ବିଲିୟନ ଡଲାର ପର୍ଯ୍ୟନ୍ତ ହୋଇପାରେ। କାରଣ ଗତ ଆଉଟେଜରେ ସାରା ବିଶ୍ୱର ୮.୫ ମିଲିୟନ (୮୫ଲକ୍ଷ) ୱିଣ୍ଡୋଜ ପିସି ପ୍ରଭାବିତ ହୋଇଥିଲା। ତେବେ କ୍ରାଉଡ ଷ୍ଟ୍ରାଇକ୍ ସଂକେତ ଦେଇଥିଲେ ଯେ ଏହା କୌଣସି ସିକ୍ୟୁରିଟି ଇସ୍ୟୁ ଅଥବା ସାଇବର ଆଟାକ ନଥିଲା। ହେଲେ ମାଇକ୍ରୋସଫ୍ଟ ଆଉଟେଜ ଯୋଗୁ ଆପଲ ପିସି ପ୍ରଭାବିତ ହୋଇନଥିଲା। କାରଣ ସେମାନେ ଥାର୍ଟପାର୍ଟି କମ୍ପାନୀଙ୍କୁ ଆକ୍ସେସ ପ୍ରଦାନ କରନ୍ତିନି। ଏଣୁ ଏହା ଏବେ ମାଇକ୍ରୋସଫ୍ଟ ଉପରେ ନିର୍ଭର କରେ ଯେ ସେ ଏପରି ଆକ୍ରମଣରୁ କିପରି ବର୍ତ୍ତିବ।