ପୁଣି ବିଶ୍ବକୁ କରୋନା ବିପଦ ! HKU5 କୋଭିଡ-୨ ନାମକ ଭାଇରସର ସନ୍ଧାନ କଲେ ଚୀନ ଗବେଷକ
ନନ୍ଦିଘୋଷ ବ୍ୟୁରୋ: ପୁଣି ବିଶ୍ବକୁ ଘୋଟିପାରେ ଆଉ ଏକ କରୋନା ବିପଦ। HKU5 କୋଭିଡ-୨ ନାମକ ଏହି ଭାଇରସର ସନ୍ଧାନ... The post ପୁଣି ବିଶ୍ବକୁ କରୋନା ବିପଦ ! HKU5 କୋଭିଡ-୨ ନାମକ ଭାଇରସର ସନ୍ଧାନ କଲେ ଚୀନ ଗବେଷକ appeared first on .
ନନ୍ଦିଘୋଷ ବ୍ୟୁରୋ: ପୁଣି ବିଶ୍ବକୁ ଘୋଟିପାରେ ଆଉ ଏକ କରୋନା ବିପଦ। HKU5 କୋଭିଡ-୨ ନାମକ ଏହି ଭାଇରସର ସନ୍ଧାନ କରିଛନ୍ତି ଚୀନର ଗବେଷକ। ବାଦୁଡିଠାରୁ ଜାତ ଏହି ଭାଇରସ ପ୍ରାଣୀରୁ ମଣିଷକୁ ସଂକ୍ରମିତ ହେବାର ସାମର୍ଥ୍ୟ ହାସଲ କରିଛି।
ସୂଚନା ଅନୁଯାୟୀ, କୋଭିଡ-୧୯ର କାରଣ ସାଜିଥିବା ସାର୍ସ କୋଭିଡ-୨ ପରି ଏହି ଭୂତାଣୁ ସମାନ ବୋଲି ଗବେଷକ କହିଛନ୍ତି। ଖ୍ୟାତନାମା ଭିରୋଲୋଜିଷ୍ଟ ଶି ଜେଙ୍ଗଲିଙ୍କ ନେତୃତ୍ବରେ ଗଠିତ ଟିମରେ ଉହ୍ବାନ ବିଶ୍ବବିଦ୍ୟାଳୟ, ଉହ୍ବାନ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି, ଗୁଆଙ୍ଗଝୋ ଲାବରେଟୋରୀ ଆଦିର ଗବେଷକମାନେ ସାମିଲ ଅଛନ୍ତି। ଏହି ନୂଆ ଭାଇରସ ମେର୍ବେକୋଭାଇରସ ସବଜେନସର ଅନ୍ତର୍ଭୁକ୍ତ। ଏହି ଧରଣର ଭୂତାଣୁରେ ବି ସାମିଲ ରହିଛି ମିଡିଲ ଇଷ୍ଟ ରେସପିରେଟୋରୀ ସିଣ୍ଡ୍ରୋମ ବା ଏମଇଆରଏସ ।
HKU5 କରୋନା ଭାଇରସ ପ୍ରଥମେ ହଂକଂରେ ଜାପାନୀଜ ପିପିଷ୍ଟ୍ରେଲେ ବାଦୁଡ଼ିଙ୍କ କ୍ଷେତ୍ରରେ ଦେଖାଯାଇଥିଲା। ଗବେଷକମାନେ କହିଛନ୍ତି- ଏହି ଭାଇରସ ମଣିଷଙ୍କ ଲାଗି ଅତି ବିପଦପୂର୍ଣ୍ଣ ଏବଂ ବିଭିନ୍ନ ମାଧ୍ଯମ ଜରିଆରେ ସେମାନେ ସଂକ୍ରମିତ ହୋଇପାରନ୍ତି। ତେବେ ଏହାକୁ ନେଇ ବିଶେଷ ଆତଙ୍କିତ ନହେବା ଲାଗି ପରାମର୍ଶ ଦେଇଛନ୍ତି ଗବେଷକ।
The post ପୁଣି ବିଶ୍ବକୁ କରୋନା ବିପଦ ! HKU5 କୋଭିଡ-୨ ନାମକ ଭାଇରସର ସନ୍ଧାନ କଲେ ଚୀନ ଗବେଷକ appeared first on .