ପୁଣି ମନ୍ଦିରରୁ ସବୁ ଲୁଟି ନେଇଗଲେ ଚୋର

ବୌଦ୍ଧ: ବୌଦ୍ଧ ସହରର ଭୈରବୀ ମନ୍ଦିର ଓ ଗାୟତ୍ରୀ ମନ୍ଦିର ଚୋରୀ ହେବାର ଦିନକ ପରେ ହରଭଙ୍ଗା ବ୍ଲକ ବନ୍ଧା ପଥର ଗ୍ରାମର ସିଦ୍ଧେଶ୍ବର ମହାଦେବ ମନ୍ଦିରରେ ଚୋରମାନେ କଳାକନା ବୁଲାଇ ଦେଇଥିବା ଜଣାଯାଇଛି। ମନ୍ଦିରର ଦାନବାକ୍ସ ଭାଙ୍ଗି ସମସ୍ତ ଟଙ୍କାପଇସା ନେଇଯିବା ସହିତ ମନ୍ଦିର ଭିତରୁ ୬ ଗୋଟି ଗରା, ଦୁଇଟି ମୋଟର, ପରାତ ଥାଳି ଆଦି ଚୋରମାନେ ନେଇଯାଇଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ସଭାପତି ମାନସ କୁମାର ପୁରୋହିତଙ୍କ ପକ୍ଷରୁ ବୌଦ୍ଧ ଥାନାରେ […]

ପୁଣି ମନ୍ଦିରରୁ ସବୁ ଲୁଟି ନେଇଗଲେ ଚୋର

ବୌଦ୍ଧ: ବୌଦ୍ଧ ସହରର ଭୈରବୀ ମନ୍ଦିର ଓ ଗାୟତ୍ରୀ ମନ୍ଦିର ଚୋରୀ ହେବାର ଦିନକ ପରେ ହରଭଙ୍ଗା ବ୍ଲକ ବନ୍ଧା ପଥର ଗ୍ରାମର ସିଦ୍ଧେଶ୍ବର ମହାଦେବ ମନ୍ଦିରରେ ଚୋରମାନେ କଳାକନା ବୁଲାଇ ଦେଇଥିବା ଜଣାଯାଇଛି। ମନ୍ଦିରର ଦାନବାକ୍ସ ଭାଙ୍ଗି ସମସ୍ତ ଟଙ୍କାପଇସା ନେଇଯିବା ସହିତ ମନ୍ଦିର ଭିତରୁ ୬ ଗୋଟି ଗରା, ଦୁଇଟି ମୋଟର, ପରାତ ଥାଳି ଆଦି ଚୋରମାନେ ନେଇଯାଇଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ସଭାପତି ମାନସ କୁମାର ପୁରୋହିତଙ୍କ ପକ୍ଷରୁ ବୌଦ୍ଧ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରୀ ହେବା ପଛରେ ଅନ୍ୟ କୌଣସି କାରଣକୁ ନେଇ ମଧ୍ୟ ସନ୍ଦେହ କରାଯାଉଛି।